ଭୁବନେଶ୍ୱର(ରାଜ୍ୟକାହାଣୀ) ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ହିଁ ପାଣିର ଉପାଦାନ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।ସେହିପରି ମହାନଦୀ ଉପର ମୁଣ୍ଡରୁ ନେଇ ଜଳ ଭଣ୍ଡାର ଯାଏ ନଈକୂଳରେ ରହିଥିବା ଚାଷ ଜମିରୁ ନାଇଟ୍ରୋଜେନ୍ଯୁକ୍ତ ସାର ଓ କୀଟନାଶକର ଅବଶେଷ ମଧ୍ୟ ଏହି ପାଣିରେ ମିଶୁଛି। ଯଦ୍ବାରା ଜଳଭଣ୍ଡାରର ପଟୁରେ ଭାରି ଧାତୁ ଜମା ହୋଇ ରହୁଛି। । ଏହାବ୍ୟତୀତ ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼ ଶିଳ୍ପ କରିଡରରେ ବାୟୁ ପ୍ରଦୂଷଣ ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତିତ ରହିଛନ୍ତି। ଖୁବ୍ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ। ଆସନ୍ତା ୩ ଦିନ ମଧ୍ୟରେ ଆନ୍ତଃଜିଲା ସମନ୍ବୟ ବୈଠକ ବସିବ ବୋଲି ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି |