ଭୁବନେଶ୍ୱର(ରାଜ୍ୟକାହାଣୀ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଚଳିତ ମାସର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍ଲାଇନ୍ ଯୋଗେ ଫର୍ମପୂରଣ କରିବେ।ଫର୍ମ ପୂରଣ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଅନ୍ଲାଇନ୍ ଲିଙ୍କ୍ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍ଲାଇନ୍ରେ ଫର୍ମପୂରଣ କରିବେ।