ସୀମାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ 

ସାରା ଦେଶ ସହ ବିଶ୍ୱର ଅନେକ ସ୍ଥାନରେ ଦୀପାବଳିକୁ ଧୂମଧାମରେ ପାଳନ କରାଯାଉଛି । ଅନ୍ୟପଟେ ସେନାର ଯବାନ କିନ୍ତୁ ଏହି ଉତ୍ସବରେ ବି ସୀମାରେ ମୁତୟନ ରହି ନିଜ ଦାୟିତ୍ୱ ତୁଲାଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ପରି ଏଥର ବି ସେନାର ଯବାନଙ୍କ ମଧ୍ୟରେ ଦୀପାବଳି ପାଳନ କରିଛନ୍ତି । ପିଏମ୍ ମୋଦୀ ଗୁଜରାଟର କଚ୍ଛରେ ବିଏସଏଫ ଯବାନଙ୍କୁ ମିଠେଇ ଖୁଆଇ ଦୀପାବଳି ପାଳନ କରିଛନ୍ତି ।ଆଜି ଗୁଜରାଟର କଚ୍ଛରେ ପହଞ୍ଚି ବିଏସ୍ଏଫ୍ ଯବାନମାନଙ୍କୁ ମିଠା ଖୁଆଇ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ମୋଦି ପ୍ରତିବର୍ଷ ଦେଶର ବିଭିନ୍ନ ସୀମାରେ ନିୟୋଜିତ ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି ଯେ ଯବାନଙ୍କ ସହ ଉତ୍ସବ ପାଳନର ସୁଯୋଗ ମିଳିବା ସବୁଠୁ ବଡ଼ ଖୁସି । ମୁଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଆଜି ଦେଶରେ ଏପରି ଏକ ସରକାର ଅଛି, ଯିଏ ଭାରତର ଗୋଟିଏ ଇଞ୍ଚ୍ ମାଟି ପାଇଁ ବି ସାଲିସ୍ କରିବ ନାହିଁ । ପିଏମ୍ ମୋଦୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ଆଜି ଆମ ସେନା, ନିଜ ସୁରକ୍ଷା ବଳଙ୍କୁ ଅତ୍ୟାଧୁନିକ ସଂସାଧନରେ ସଶକ୍ତ ସୈନ୍ୟବଳ କରୁଛୁ । ଆମେ ଆମ ସେନାକୁ ଦୁନିଆର ସବୁଠାରୁ ବଡ଼ ସେନାଙ୍କ ତାଲିକାରେ ସାମିଲ କରିଛୁ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଆମର ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.

10 − 9 =