ନିଜ୍ଜାର ହତ୍ୟା ପାଇଁ ଶାହା ଦେଇଥିଲେ ନିର୍ଦ୍ଦେଶ,କାନାଡ଼ାର ଅଭିଯୋଗ

ନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୋଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନିର୍ଦ୍ଦେଶ ଦେଇଥିବା ଓଟ୍ଟାଓ୍ବା ପକ୍ଷରୁ କୁହାଯାଇଛି। ଏହି ଅଭିଯୋଗ ଭାରତ-କାନାଡା ସମ୍ପର୍କରେ ଆହୁରି ତିକ୍ତତା ଭରିଦେଇପାରେ ବୋଲି ମନେକରାଯାଉଛି।ନିକଟରେ କାନାଡ଼ା ଗୁଇନ୍ଦା ବିଭାଗରୁ ଖବର ନେଇ ଆମେରିକାର ଖବର କାଗଜ ୱାଶିଂଟନ ପୋଷ୍ଟ ଶାହାଙ୍କ ସମ୍ପୃକ୍ତି ନେଇ ଖବର ଛାପିଥିଲା। କାନାଡ଼ାରେ ଖଲିସ୍ତାନୀ ବିଛିନ୍ନତବାଦୀଙ୍କୁ ଟାର୍ଗେଟ୍ କରିବାରେ ଶାହଙ୍କ ହାତ ଥିବା ୱାଶିଂଟନ ପୋଷ୍ଟ ରିପୋର୍ଟ ପ୍ରକାଶ କରିଥିଲା। ଯାହାକୁ  କାନାଡ଼ା ସୁରକ୍ଷା ଓ ଗୁଇନ୍ଦା ବିଭାଗର ଉପଦେଷ୍ଟା ନାଥାଲି ଡ୍ରୋୟନ ଏବଂ ଉପବୈଦେଶିକ ବ୍ୟାପାର ମନ୍ତ୍ରୀ ଡାଭିଡ୍ ମୋରିସନ ଓ କାନାଡା ସଂସଦର ଜାତୀୟ ସୁରକ୍ଷା କମିଟିର ସଦସ୍ୟମାନେ ଠିକ୍ ବୋଲି ଦର୍ଶାଇଥିଲେ। ବର୍ଷକ ତଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଥିଲେ, ୨୦୨୩ ଜୁନ୍‌ରେ କାନାଡୀୟ ଶିଖ୍‌ ଆକ୍ଟିଭିଷ୍ଟ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତ ସରକାରଙ୍କ ଏଜେଣ୍ଟମାନଙ୍କ ସମ୍ପୃକ୍ତି ନେଇ କାନାଡା ପାଖରେ ବିଶ୍ୱସନୀୟ ପ୍ରମାଣ ରହିଛି। କାନାଡା କର୍ତ୍ତୃପକ୍ଷ ଏହି ପ୍ରମାଣ ଭାରତୀୟ ପ୍ରତିପକ୍ଷଙ୍କ ସହ ଶେୟାର କରିଥିବା ସୂଚନା ଦେଇଥିଲେ। କିନ୍ତୁ କାନାଡା ଏଭଳି କୌଣସି ପ୍ରମାଣ ଦେଇଥିବା ବିଷୟକୁ ଭାରତ ସରକାର ଲଗାତର ଖଣ୍ଡନ କରିବା ସହ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଆସିଛନ୍ତି।

Leave A Reply

Your email address will not be published.

eighteen − five =