ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ ଭଳି ସୋସିଆଲ୍ ନେଟୱାର୍କିଂ ସାଇଟରେ ପୋଷ୍ଟ କରୁଥିଲେ ସାବଧାନ !

ଆଜିକାଲି ସବୁ ପ୍ରକାରେ ଚେଷ୍ଟା କରିବା ପରେ ସାଇବର ଠକ ବିଫଳ ହେବା ପରେ ଠକେଇର ନୂଆ ରାସ୍ତା ବାଛିଛନ୍ତି । ସେମାନେ ସୋସିଆଲ ମିଡିଆ ଆକାଉଣ୍ଟରୁ ୟୁଜରଙ୍କ ଫଟୋ ନେଇ ଫେକ୍‌ ବା ନକଲି ଆକାଉଣ୍ଟ ତିଆରି କରୁଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିଙ୍କ ବନ୍ଧୁ ପରିଜନଙ୍କୁ ଟଙ୍କା ମାଗୁଛନ୍ତି । ଏଣୁ ପୋଲିସ ଏଥିପ୍ରତି ଲୋକଙ୍କୁ ସଚେତନ କରାଇଛି ।ଏଥିରୁ ବର୍ତ୍ତିବା ଲାଗି ମଝିରେ ମଝିରେ ଆପଣଙ୍କ ନାଁରେ ଅନ୍ୟ କୌଣସି ଫେକ୍‌ ଆକାଉଣ୍ଟ ଅଛି କି ନାହିଁ ତାହାକୁ ଯାଞ୍ଚ କରନ୍ତୁ । ଯଦି ଫେକ୍‌ ଆକାଉଣ୍ଟ ମିଳେ ତେବେ ଏ ନେଇ ନିଜ ବନ୍ଧୁ ପରିଜନଙ୍କୁ ସୂଚିତ କରନ୍ତୁ । 

ନିକଟ ଅତୀତରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ ଭଳି ସୋସିଆଲ୍ ନେଟୱାର୍କିଂ ସାଇଟରେ ପୋଷ୍ଟ ହୋଇଥିବା ଫଟୋ ଚୋରି କରୁଥିବା ଏବଂ ଟଙ୍କା ମାଗିବା ପାଇଁ ଅଲଗା ଆକାଉଣ୍ଟ ସୃଷ୍ଟି କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।ସେମାନେ ଅନ୍ୟ ଆପ୍ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲୁଟିବାକୁ ଚେଷ୍ଟା କରୁଛନ୍ତି। ସାଧାରଣ ଲୋକଙ୍କ ଆକାଉଣ୍ଟରେ ସାଇବର ଅପରାଧମାନେ ହ୍ୟାକ୍ କରିବାର ଅନେକ ମାମଲା ରହିଛି । ଯେଉଁମାନେ ସୋସିଆଲ ମିଡିଆରେ ବ୍ୟକ୍ତିଗତ ଫଟୋ ପୋଷ୍ଟ କରନ୍ତି ସେମାନେ ପ୍ରଥମେ ସେମାନଙ୍କ ଆକାଉଣ୍ଟ ପ୍ରୋଫାଇଲଗୁଡ଼ିକୁ ଲକ୍ କରିବା ଆବଶ୍ୟକ । ନଚେତ ବହୁତ ବଡ ସମସ୍ୟା ରେ ପଡିବେ |

Leave A Reply

Your email address will not be published.

5 + 12 =