ଏହି ଦିନ ଅଙ୍ଗନବାଡି କର୍ମୀ ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛନ୍ତି। ଏହା ଦ୍ବାରା ଏହି ଯୋଜନାରୁ ବାଦ୍‌ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବେ। ବାଦ୍‌ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବା। ଅଙ୍ଗନବାଡ଼ି କର୍ମୀମାନଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି। ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ ହେବ। ବାରମ୍ବାର ଚେକ ହେବ, କେହି ବି ବଞ୍ଚିତ ହେବେ ନାହିଁ। ଏଥିପାଇଁ ୧ ତାରିଖରେ ନୋଡ଼ାଲ ଏଜେନ୍ସି ନିଯୁକ୍ତ ହେବେ ବୋଲି ପ୍ରଭାତୀ କହିଛନ୍ତି।ରାଜ୍ୟ ସରକାର କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବାକୁ ଲକ୍ଷ୍ୟ ରଖିଛନ୍ତିି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଯାଇଥିବାରୁ ଏହା ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏହି ପର୍ଯ୍ୟାୟରେ କେତେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ତାହା ସ୍ପଷ୍ଟ ହୋଇପାରି ନାହିଁ |ତେବେ ସୁଭଦ୍ରା ଯୋଜନା ନିୟମରେ ସଂଶୋଧନ ଆଣି କେମିତି ଅଧିକ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ ସେଦିଗରେ ସରକାର କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.

14 − 7 =