୨ ଲକ୍ଷ ଟଙ୍କାର ଲେଦର ବ୍ୟାଗକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ଜୟା

ଦୁଇ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଗ ଧରି ସମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହୋଇଥିବା ଆଧ୍ୟାତ୍ମିକ ପ୍ରବଚକ ଜୟା କିଶୋରୀ ମୁହଁ ଖୋଲିଛନ୍ତି। ସେ ବିବାଦ ଉପରେ ପ୍ରତିକ୍ରିୟା ରଖି ବଡ଼ କଥା କହିଛନ୍ତି।ସେ କହିଛନ୍ତି, ସବୁବେଳେ ସନାତନ ଧର୍ମକୁ ଟାର୍ଗେଟ କରାଯାଇଥାଏ। ଏଥର ମଧ୍ୟ ଠିକ୍‌ ସେପରି ହୋଇଛି। ଭାଇରାଲ ଭିଡିଓରେ ତାଙ୍କ ସହ ଥିବା ବ୍ୟାଗ୍‌ଟି ଲେଦର ମ୍ୟାଟେରିଆଲର ନୁହେଁ। ଏହା ଏକ କଷ୍ଟମାଇଜଡ୍‌ ବ୍ୟାଗ୍‌। ସେ କେବେ ମଧ୍ୟ ଲେଦର ମ୍ୟାଟେରିଆଲର କୌଣସି ବସ୍ତୁକୁ ବ୍ୟବହାର କରନ୍ତି ନାହିଁ ବୋଲି ଜୟା କହିଛନ୍ତି। ଜୟା ଆହୁରି କହିଛନ୍ତି, ସେ କୌଣସି ସାଧ୍ୱୀ ନୁହନ୍ତି। ଅନ୍ୟମାନଙ୍କ ପରି ସେ ମଧ୍ୟ ଜଣେ ସାଧାରଣ ଝିଅ। ସେ ନିଜ ପରିବାର ସହ ରୁହନ୍ତି। ଯେତେବେଳେ କୌଣସି ଜିନିଷ ବା ବସ୍ତୁ ପସନ୍ଦ ଆସିଥାଏ, ଅନ୍ୟମାନଙ୍କ ପରି ସେ ମଧ୍ୟ ତାହା କିଣିବାକୁ ଚାହିଥାନ୍ତି। ଯୁବଗୋଷ୍ଠୀଙ୍କୁ ମଧ୍ୟ କହିଛିନ୍ତି ।

ସମସ୍ତେ କଠିନ ପରିଶ୍ରମ କରନ୍ତୁ, ଟଙ୍କା କମାନ୍ତୁ, ନିଜକୁ ଓ ନିଜ ପରିବାର ଲୋକଙ୍କୁ ଭଲ ଜୀବନ ଭେଟି ଦିଅନ୍ତୁ। ଏଥିସହ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଲାଗି ପଡ଼ନ୍ତୁ।” ସୂଚନାମୁତାବକ କିଛି ଦିନ ପୂର୍ବରୁ ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ‘ଡିଓର’ ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍‌ ସହ ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟାଗ୍‌ଟି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହୋଇଥିବା ସହ ଏହା ପଶୁ ଚମଡ଼ାରେ ନିର୍ମିତ ହୋଇଥିବା ଦର୍ଶାଇ ବହୁ ୟୁଜର୍ସ ସୋସିଆଲ ମିଡିଆରେ ଜୟାଙ୍କୁ ଟ୍ରୋଲ୍‌ କରିଥିଲେ।

Leave A Reply

Your email address will not be published.

2 × 3 =