ଅଦିନ ରଥ ଯାତ୍ରା; ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା 

ଭୁବନେଶ୍ୱର(ରାଜ୍ୟକାହାଣୀ)  ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବ। ଏପରି ଅଦିନ ରଥଯାତ୍ରାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି ସେ ଚିଠିରେ ଲେଖିଛନ୍ତି। ଗଜପତି ଚିଠିରେ ଲେଖିଛନ୍ତି, ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଥିଲା। ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ହୋଇଥିଲା। ବିଧି ଓ ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ମଧ୍ୟ ହୋଇଥିଲା। ତେଣୁ ନଭେମ୍ବର ୯ ତାରିଖରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ। ନାଇଜେରିଆ ଇସ୍କନ ବି ନଭେମ୍ବର ୨୩ରେ ରଥଯାତ୍ରା ଯୋଜନା କରିଛି। ଏସବୁ ବନ୍ଦ କରନ୍ତୁ, କେବଳ ବିଧି ମୁତାବକ ସ୍ନାନ ଓ ରଥଯାତ୍ରା କରନ୍ତୁ ବୋଲି ଗଜପତି ଚିଠିରେ ଲେଖିଛନ୍ତି।

Leave A Reply

Your email address will not be published.

20 − 5 =