ଭୁବନେଶ୍ୱର(ରାଜ୍ୟକାହାଣୀ) ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା । ବାଲିଯାତ୍ରା ଉପର ପଡିଆକୁ ମନା । କଟକ ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ପରାମର୍ଶ ରହିଛି ।ଏହାସହ ହାଇକୋର୍ଟ କହିଛନ୍ତି, ଜିଲ୍ଲାପାଳ ବିଭିନ୍ନ ବିଭାଗ ସହ ଆଲୋଚନା କରନ୍ତୁ । ଆଲୋଚନା କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ । ନଭେମ୍ବର ୧୫ରେ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା । ଏଥିପାଇଁ ଉପର ପଡିଆ ଓ ତଳ ପଡିଆ ପ୍ଲଟ ବୁକିଂ ପ୍ରକ୍ରିୟା ଶେଷ ହୋଇଛି । ପ୍ରତିବର୍ଷ ଉପର ଓ ତଳ ପଡିଆରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଆଜି ବୈଠକରେ ବାଲିଯାତ୍ରାରେ ସଫେଇ ପରିମଳ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବାର ଥିଲା । ଅଫିସର ମାନେ ଅନୁପସ୍ଥିତ ଥିବାରୁ ବୈଠକ ଆରମ୍ଭ କରାଇ ଦେଉ ନାହାଁନ୍ତି କିଛି କର୍ପୋରେଟର ।