ଗର୍ଭ ଯନ୍ତ୍ରଣାରେ କର୍ମଚାରୀ  ଛଟପଟ :  ଛାଡିଲେନି ସିଡିପିଓ

ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦ୍ରାପଡା , ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱିତ ବିଭାଗରୁ ଆସିଛି ଏଭଳି ଏକ  ଅଭିଯୋଗ ।  ଯେଉଁଠି ଗର୍ଭବତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି ।   କର୍ମ କ୍ଷେତ୍ରରେ ବି  ଗର୍ଭବତୀଙ୍କ ଚିକିସ୍ଛା , ଯତ୍ନ ନେଇ  ଅନେକ ଗୁରୁତ୍ୱ  ଦିଆଯାଉଛି । ହେଲେ ଏହା ସତ୍ତ୍ୱେ ଜଣେ ଗର୍ଭବତୀ କର୍ମଚାରୀଙ୍କୁ  ଉପରିସ୍ଥ ଅଧିକାରୀ ଅସହେଯାଗ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।  ଅଭିଯୋଗ ଅନୁସାରେ, ଡେରାବିସ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବୟ ବିଭାଗରେ କାର୍ଯ୍ୟରତ ବରିଷ୍ଠ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗତ ଶୁକ୍ରବାର କାର୍ଯ୍ୟାଳୟରେ ଥିବାବେଳେ ହଠାତ୍ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ୭ ମାସର ଗର୍ଭବତୀ ଥିଲେ ବର୍ଷା । ଯେତେବେଳେ ସେ, ସିଡିପିଓ ସ୍ନେହଲତା ସାହୁଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ମାଗିଥିଲେ, ସେ ଅନୁମତି ଦେଇ ନଥିଲେ, ଓଲଟା ଦୁର୍ବ୍ୟବହାର କରିଥିଲେ । ପରେ ଖବର ପାଇ ବର୍ଷାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇ ଯାଇଥିବା ସୂଚନା ଦେଇଥିଲେ ଡାକ୍ତର । ପରିବାର ପକ୍ଷରୁ ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ ।

Leave A Reply

Your email address will not be published.

twenty − 5 =