ମୋମୋ ଖାଇ ମହିଳା ମୃତ; ୨ଶିଶୁ ସମେତ ୨୦ ଚିିକିତ୍ସାଧୀନ

ମୋମୋଜ୍ ନେଲା ଜୀବନ । ମୋମୋଜ୍ ଖାଇ ଜଣେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକେ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ଏକ ରାସ୍ତାକଡରେ ଥିବା ମୋମୋଜ୍ ଦୋକାନକୁ ଖାଇବା ପରେ ଏଭଳି ସ୍ଥିତି ଉପୁଜିଛି  । ଏମାନେ ସମସ୍ତେ ସପ୍ତାହିକ ଛୁଟି କଟାଇବାକୁ ଆସିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି ଲୋକେ ସୋମବାର ପୁଲିସ ନିକଟରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି । ଏହା ପରେ ଘଟଣା ସାମ୍ନାକୁ ଆସିଥିଲା । ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୋମୋ ବିକ୍ରି କରୁଥିବା ୨ ଜଣଙ୍କୁ ଗିରଫ କରାଯାଇଛି । ମୋମୋ ଖାଇବା ପରେ ମହିଳାଙ୍କର ବାନ୍ତି ସହ ଝାଡା ହୋଇଥିଲା । ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ଏଥିସହ ତାଙ୍କର ଦୁଇ ନାବାଳିକା ଝିଅ ଗୁରୁତର ଅସୁସ୍ଥ ହୋଇଛନ୍ତି  । ଫୁଡ ପଏଜନ ହୋଇ ଲୋକେ ଅସୁସ୍ଥ ହୋଇଥିବା କୁହାଯାଉଛି  । ପୁଲିସ ସୂଚନା ମୁତାବକ, ୩୧ ବର୍ଷିୟ ମହିଳା ରେଶମା ବେଗମଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

9 + ten =