ଭୁବନେଶ୍ୱର(ରାଜ୍ୟକାହାଣୀ) ସରକାରଙ୍କ ‘ସୁଭଦ୍ରା’ ଯୋଜନାର କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ଶୀଘ୍ର ସୁଭଦ୍ରା ଟଙ୍କା ମିଳିବ|ଏଯାଏଁ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି । ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ । ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏଯାଏଁ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି । ଆହୁରି ୪୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି । ଖୁବ୍ ଶିଘ୍ର ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ସେ ଆହୁରି କହିଛନ୍ତି, ଏନପିସିଆଇ କ୍ଲିୟରାନ୍ସ ପରେ ଆଜି ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିଛୁ। କୌଣସି ଯୋଗୂ ହିତାଧିକାରୀଙ୍କ ଅବେଦନପତ୍ର ଖାରଜ କରାଯିବ ନାହିଁ ।