ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଶୈବପୀଠ । 

ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ‌ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱର ଙ୍କ ପୀଠ ।  ଧାର୍ମିକ ବିଶ୍ବାସ ରହିଛି ଏହି ଦିନରେ ଦେବ ଦେବ ମହାଦବେଙ୍କୁ ର୍ଦଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । କାହାର ସନ୍ତାନ ହେଉନାହିଁ, କାହା ଛୁଆଙ୍କ ପାଟି ଖୋଲୁନାହିଁ ଏଭଳି ଅନେକ ଭକ୍ତ ବାବାଙ୍କ ପାଖରେ ମାନସିକ କରିଥାନ୍ତି ।  

ଆଜି ବାବାଙ୍କୁ ପାଖରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥାଏ । ଏହାସହ ମନସ୍କାମନା ରଖି ଭକ୍ତମାନେ ମଧ୍ୟ ବାବାଙ୍କଠାରେ ଜଳାଭିଷେକ କରିଥାନ୍ତି ।କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱର ଙ୍କୁ ର୍ଦଶନ କରିବା ସହିତ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରି ଓ ଶ୍ରଦ୍ଧାଳୁ ।  ପୂଜକ ସମିତି ପକ୍ଷରୁ ଭୋର୍ ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ମାଇଲମ୍, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।

Leave A Reply

Your email address will not be published.

12 + 3 =