ନିର୍ମାଣ ହେବ C295 ପରିବହନ ଜାହାଜ; ଟାଟା ସହ ଏୟାରବସର ଚୁକ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ମିଳିତ ଭାବେ ଭଦୋଦରାସ୍ଥିତ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ୍‌ (TASL) କ୍ୟାମ୍ପସ୍‌ରେ C-295 ବିମାନ ନିର୍ମାଣ ପାଇଁ ଟାଟା ବିମାନ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଛନ୍ତି।୫୬ଟି ବିମାନ ନିର୍ମାଣ ପାଇଁ ଭାରତ ଏବଂ ସ୍ପେନ ମଧ୍ୟରେ ବୁଝାମଣା ହୋଇଛି । ପ୍ରଥମ ୧୬ଟି ଏୟାରକ୍ରାଫ୍ଟ ସ୍ପେନ୍ ତିଆରି କରିବ ଏବଂ ବାକି ୪୦ଟି ଯୁଦ୍ଧ ଜାହାଜ ଟାଟା ଆଡଭାନ୍ସ ତିଆରି କରିବ । ପ୍ରଥମ ଥର ପାଇଁ କୌଣସି ଘରୋଇ ସଂସ୍ଥା ପ୍ରତିରକ୍ଷା ବିଭାଗ ପାଇଁ ପ୍ଲେନ୍ ତିଆରି କରିବ । ଉଦ୍‌ଘାଟନ  ପରେ ଲୋକଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, କିଛି ଦିନ ତଳେ ଦେଶ ନିଜର ମହାନ ପୁଅ ରତନ ଟାଟାଙ୍କୁ ହରାଇଥିଲା। ଯଦି ଆଜି ରତନ ଟାଟା ଆମ ମଧ୍ୟରେ ଥାଆନ୍ତେ, ସେ ବହୁତ ଖୁସି ହୋଇଥାନ୍ତେ। ଆଜି ଭାରତ ଏହି ଯୋଜନାରେ ତୀବ୍ର ବେଗରେ କାମ କରୁଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେବା ଉଚିତ ନୁହେଁ। ଏଠାରୁ ନିର୍ମିତ ବିମାନ ଅନ୍ୟ ଦେଶକୁ ମଧ୍ୟ ଦିଆଯିବ।ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ଦେଶର ପ୍ରଥମ ଘରୋଅ ଫାଇନାଲ୍ ଆସେମ୍ୱିଲି ଲାଇନ ହେବ । ଯିଏ ଭାରତର ପ୍ରତିରକ୍ଷା ବିଭାଗ ପାଇଁ ଏୟାରକ୍ରାଫ୍ଟ ତିଆରି କରିବ । ବାୟୁସେନାରେ ଏହା ପରିବହନ ବିମାନ ଭାବେ କାର୍ଯ୍ୟ କରିବ । ସୈନ୍ୟ, ଅସ୍ତ୍ରଶସ୍ତ୍ର, ଇନ୍ଧନ ଏବଂ ହାର୍ଡଓ୍ବେୟର ନେବା ଆଣିବାରେ ସାହାଯ୍ୟ କରିବ । C295 ସୈନ୍ୟ ସେନାରେ ପରିବହନ ଯୁଦ୍ଧ ଜାହାଜ ଭାବେ ସାମିଲ୍ ହେବ ।  ଏହି ବିମାନକୁ ଦୁଇଟି ପାଇଲଟ୍ ଉଡ଼ାଇ ପାରିବ । ଏଥିରେ ୭୩ଜଣ ଯବାନ ବା ୪୮ ପାରଚ୍ୟୁଟ୍ସ ଏବଂ ୧୨ ଷ୍ଟ୍ରେଚର, ୪ମେଡିକାଲ ଆଟେଣ୍ଡାଣ୍ଟ୍ ଯାଇପାରିବେ । ଏହି ଯୁଦ୍ଧ ଜାହାଜ ୯,୨୫୦ କିଲୋଗ୍ରାମ ଓଜନ ଉଠାଇ ପାରିବ ।  ତେବେ ଏହା  ବିଭିନ୍ନ ଭାରତୀୟ ବିମାନ କମ୍ପାନୀଗୁଡିକ ୧୨୦୦ ନୂଆ ବିମାନ ପାଇଁ ଅର୍ଡର ଦେଇଛନ୍ତି। ଏହି କାରଖାନା ଭାରତ ଏବଂ ବିଶ୍ୱର ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ସିଭିଲ ବିମାନର ଡିଜାଇନ ଏବଂ ଉତ୍ପାଦନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି।

Leave A Reply

Your email address will not be published.

one × 3 =