ଭୁବନେଶ୍ୱର(ରାଜ୍ୟକାହାଣୀ) ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏଥିରେ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳିବ । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିିଙ୍ଗ । ଅନ୍ୟପକ୍ଷରେ ୨୯ରେ ଆୟୁର୍ବେଦିକ ହସ୍ପିଟାଲର ଉଦଘାଟନ ହେବ । ଉଦଘାଟିତ ହେବ ଆୟୁଜ୍ମେଦ ଓ ନେଚରପାଥି ହସ୍ପିଟାଲ । ୨୯ରେ ଆୟୁର୍ବେଦିକ ଦିବସରେ ଉଦଘାଟନ ହେବ । ଜଟଣୀରେ ଆୟୁଜ୍ମେଦ ଓ ନେଚରପାଥିର ବଡ ହସ୍ପିଟାଲ ।୨୧ ଏକର ଜାଗା ଉପରେ ହସ୍ପିଟାଲ । ଗୋଠପାଟଣାରେ ସେଣ୍ଟ୍ରାଲ ରକ୍ସ ଟେଷ୍ଟିଂ ୟୁନିଟ ହେବ । ବରଗଡରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ ଉଦଘାଟନ ହେବ । ଏହାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।