ଭୁବନେଶ୍ୱର(ରାଜ୍ୟକାହାଣୀ) ରାସ୍ତାକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ । ୧ରୁ ଗଡ଼ିବନି ୧୦୮ ଆମ୍ବୁଲାନ୍ସ ସେବା । ସମାନ କାମକୁ ସମାନ ଦରମା ନ ଦେଲେ ୩୦ତାରିଖରୁ ୧୦୮ର ଆମ୍ବୁଲାନ୍ସର ଜିପିଏସ ବଟନ୍ ବନ୍ଦ କରି ରୋଗୀ ସେବା ନଯୋଗାଇବା ନେଇ ଚେତାବାନୀ ଦେଇଛନ୍ତି ରାଜ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ।ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ନ ଥିବା ଅଭିଯୋଗ ହୋଇଛି। ଏହାରି ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି ।ମିଳିଥିବା ଖବର ଅନୁସାରେ ଆଜି ୩୦ଟି ଜିଲ୍ଲାର ଅଫ୍ ଡ୍ୟୁଟି କର୍ମଚାରୀମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ ମହାସଂଘ ।