ଭୁବନେଶ୍ୱର(ରାଜ୍ୟକାହାଣୀ)ଧରାପଡିଲେ ପୁଣି ଜଣେ ବିବାଦୀୟ ବାବା । ଏଥର ବି ସେହି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ ଆସିଛି ଖବର । ବାରହା ମାଂସ ରୋଷେଇ କରୁଥିବା ସମୟରେ ବନ ବିଭାଗ ଚଢାଉ କରିଥିଲା । ନରସିଂହପୁର ପୂର୍ବ ବନବିଭାଗ ଚଢ଼ାଉ କରି ଆତଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ଦାସଙ୍କୁ ନିଜ ଘରୁ ଗିରଫ କରିଛି । ଏଠି ସହିତ ଦୁଇ କେଜି ରନ୍ଧା ମାଂସ ସହ ଏକ ଚମଡା ଜବତ ହୋଇଛି ।କିଛି ଦିନ ତଳେ କଟକ ଆଠଗଡ଼ରୁ ଜଣେ ବାବାଙ୍କୁ ଗିରଫ କରାଯାଇଥିଲା । ସେ ନିଶା ଅବସ୍ଥାରେ ନାଚ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ତେବେ ସୂଚନାମୁତାବକ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲାଇ ଗାଁ ନିକଟ ଲଣ୍ଡାକୋଟ ଜଙ୍ଗଲରେ କଲରାପତରିଆ ଶିକାର କରି ମାଂସ ରୋଷେଇ ହେଉଥିବା ବେଳେ ବନବିଭାଗ ଖବର ପାଇଥିଲା । ରାତି ପ୍ରାୟ ୧୧ଟା ବେଳେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଏପରିକି ଘଟଣା ସ୍ଥଳରୁ ରନ୍ଧା ମାଂସ, କଟା ମୁଣ୍ଡ, ଖପୁରୀ, ଗୋଡ଼, ଲାଞ୍ଜ, ଚମଡ଼ା ସହ ଶରୀରର ଅନ୍ୟ ଅଂଶ ଜବତ ହୋଇଥିଲା । ପୂର୍ବରୁ ସମ୍ବର, କୁଟୁରା, ବାର୍ହା, ଠେକୁଆ ସହ ଅନ୍ୟ ବନ୍ୟଜନ୍ତୁଙ୍କ ମାଂସ ଖାଇବା ଦେଖିବାକୁ ମିଳୁଥିଲା । ହେଲେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।