ରବିବାରରୁ ପାଗ ଶୁଖିଲା ରହିବ 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ଏହାର ଆଉ ବିଶେଷ ପ୍ରଭାବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି ।ରବିବାର ଠାରୁ ପାଗ ଶୁଖିଲା ରହିବ । କାଁ ଭାଁ ଜଳୀୟବାଷ୍ପ ରହିଛି । ସେ ନେଇ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।। ରବିବାର ଠାରୁ ଦିନ ତାପମାତ୍ରା ମଧ୍ୟ ସାମାନ୍ୟ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ  କୁହାଯାଇଛି । ଏହା ବ୍ୟତୀତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଝିପି ଝିପି ବର୍ଷା ରହିଛି । ସନ୍ଧ୍ୟା ସୁଦ୍ଧା ବର୍ଷା ଛାଡିଯିବ ।

Leave A Reply

Your email address will not be published.

11 − four =