ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ୟୁଜିସିର ବିନା ଅନୁମତିରେ  ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ । ୟୁଜିସିର ଲୋଗେୁ କିମ୍ବା ନାମକୁ  ଅନାଧିକୃତ ଭାବେ  ବ୍ୟବହାର କରୁଥିଲେ ଏବେଠୁ ସାବଧାନ ହୁଅନ୍ତୁ । ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବେ ୟୁଜିସି । ଏପରି କଡା ଚେତାବନୀ ୟୁଜିସି ପକ୍ଷରୁ ଦିଆଯାଇଛି ।ୟୁଜିସି ପକ୍ଷରୁ ଚିଠି ମାଧ୍ୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ୟୁଜିସିର ଲୋଗୋ ଏବଂ ନାମକୁ ଅନେକ ସମୟରେ ଅସାଧୁ ବ୍ୟକ୍ତି, ଶିକ୍ଷାନୁଷ୍ଠାନ ଅନଧିକୃତ ଭାବେ ବ୍ୟବହାର କରୁଛନ୍ତି। ୟୁଜିସିର ଦୃଷ୍ଟିକୁ ଏପରି ଅନେକ ଅଭିଯୋଗ ଆସିଛି। ଯେଉଁଥିରେ  କିଛି ଅସାଧୁ ବ୍ୟକ୍ତି, ଶିକ୍ଷାନୁଷ୍ଠାନ ୟୁଜିସିର ବିନା ଅନୁମୋଦନରେ ୟୁଜିସିର ଲୋଗୋ ବ୍ୟବହାର କରି  ଏଥିରେ ବିଭିନ୍ନ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି ।  ଆଗକୁ ଏପରି  ନକରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି ।  ଯଦି ଏପରି  ବିଶୃଙ୍ଖଳା ଦେଖବାକୁ ମିଳେ ଟ୍ରେଡ ମାର୍କ  ଆକ୍ଟ ଉଲ୍ଲଙ୍ଘନ  ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.

nineteen + sixteen =