ଦାନା ପ୍ରଭାବରେ ବର୍ଷା ଆଣିବ ଶୀତ

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ଦାନା ପ୍ରଭାବରେ ମାସ ଶେଷ ଯାଏ ପାଗ ମେଘୁଆ ରହିବ। ବିଭିନ୍ନ ସ୍ଥାନରେ  କାଁ ଭାଁ ବର୍ଷା ହେବ। ପୂର୍ବ  କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସ୍ଥିତି ପରେ ପାଗ  ଥଣ୍ଡା ପଡ଼ିଯାଇଛି । ଗତ ୨ଦିନ ଧରି ରାତି ବେଳା ସାମାନ୍ୟ  ଥଣ୍ଡା ଅନୁଭୂତ ହେଉଛି । 

ଗୁରୁବାର ଫୁଲବାଣୀରେ ରାତିର  ତାପମାତ୍ରା ସବୁଠୁ କମ୍‌ ବା ୧୭.୫ ଡିଗ୍ରୀ, ଅନୁଭୂତ ହୋଇଥିଲା । ଦାରିଙ୍ଗିବାଡ଼ି, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର ଭଳି ସ୍ଥାନରେ ରାତିରେ ଥଣ୍ଡା ପଡ଼ିଥିଲା ।  ଏହି ୫ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଆଗକୁ ମଧ୍ୟ ଏହିଭଳି କୋହଲା ପାଗ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ୨୭ରୁ ପାଗ  ଫିଟିବ । ତା’ ପରେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ ।  

Leave A Reply

Your email address will not be published.

7 + 2 =