ଉପକୂଳର ରକ୍ଷାକବଚ ହେନ୍ତାଳ ବଣ

ଭୁବନେଶ୍ବର(ରାଜ୍ୟକାହାଣୀ) :ବାତ୍ୟାରୁ ରକ୍ଷା କରିବ ହେନ୍ତାଳ ବଣ। ସମୁଦ୍ରକୂଳର ହେନ୍ତାଳ ବଣ ଉପକୂଳ ଅଞ୍ଚଳ ପାଇଁ ସୁରକ୍ଷା ପ୍ରାଚୀର ଭଳି କାମ କରିଥାଏ। ତେଣୁ ହେନ୍ତାଳ ବଣ ଥିବା ଅଞ୍ଚଳବାସୀଙ୍କ ପାଇଁ ବାତ୍ୟାର ପ୍ରକୋପ ସାମାନ୍ୟ କମ୍ ରହିଥାଏ। ହେନ୍ତାଳ ବଣ ପବନର ବେଗରେ ବାଧା ସୃଷ୍ଟି କରିବା ସହ ଜୁଆର ମାଡରୁ ରକ୍ଷା କରିଥାଏ। ଏହା ଅଧିକ ଘଞ୍ଚ ହୋଇଥିବାରୁ ପବନ ମାଡ଼ ହେବା ପରେ ବେଗ କମିଯାଏ। ତାଛଡା ହେନ୍ତାଳ ଗଛର ମୂଳ ଏପରି ଥାଏ ଯେ ଜୁଆର ଆସିଲେ ବି ଏହା ବାଧା ସୃଷ୍ଟି କରିଥାଏ। ମୂଳ ପାର୍ଶ୍ୱରେ ଛୋଟ ଛୋଟ ନାଳ ଭଳି ଥିବାରୁ ଏହା ସମୁଦ୍ର ଜୁଆରକୁ ଭାଗ ଭାଗ କରିଦିଏ। ତେଣୁ ଜୁଆର ମାଡ଼ ହେଲାବେଳେ ତା’ର ଶକ୍ତି ହ୍ରାସ ପାଇଥାଏ। ଏହା ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ସିଧାସଳଖ ଭିତରକନିକାରେ ମାଡ଼ ହେଲେ ବି ବିଶେଷ କ୍ଷୟକ୍ଷତି କରିବନି ବୋଲି ଆଶା କରାଯାଉଛି। ଏଥିସହ ଭିତରକନିକା ହେନ୍ତାଳ ବଣ ଯୋଗୁ ବାତ୍ୟାର ପ୍ରକୋପ କିଛି ମାତ୍ରାରେ କମିଯିବାର ମଧ୍ୟ ସମ୍ଭାବନା ରହିଛି।

ଗ୍ଲୋବାଲ ଫରେଷ୍ଟ ରିସୋର୍ସ ଆସେସମେଣ୍ଟ 2020 ତଥ୍ୟ ଅନୁସାରେ ବିଶ୍ୱର 113ଟି ଦେଶରେ ହେନ୍ତାଳ ବଣ ରହିଥିବା ବେଳେ ଏସିଆ ମହାଦେଶରେ ସର୍ବାଧିକ 5.55 ମିଲିୟନ ହେକ୍ଚର ହେନ୍ତାଳ ବଣ ରହିଛି। ଓଡ଼ିଶାରେ ବର୍ତ୍ତମାନ ୨୧୯ ବର୍ଗକିଲୋମିଟର ହେନ୍ତାଳ ବଣ ରହିଛି, ସେଥିମଧ୍ୟରୁ ଭିତରକନିକାରେ ହିଁ ସର୍ବାଧିକ ଅଛି। ପାରାଦୀପ ଓ ଭିତରକନିକାରେ ପ୍ରାୟ ୨୧୫ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି।

Leave A Reply

Your email address will not be published.

two × two =