ଆତଙ୍କବାଦ ଲଢ଼େଇରେ ଦୋମୁହାଁ ନୀତିର ସ୍ଥାନ ନାହିଁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର କଜାନରେ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି । ସମ୍ମିଳନୀକୁ ସମ୍ୱୋଧନ କରି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ବୈଶ୍ୱିକ ଆହ୍ୱାନ ଉପରେ ପିଏମ୍ ମୋଦୀ ଚିନ୍ତା ବ୍ୟକ୍ତ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଆଜି ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦ ପରି ଅନେକ ଆହ୍ୱାନ ସାମନା କରୁଛି ।ଆତଙ୍କବାଦ ସାରା ବିଶ୍ଵ ପାଇଁ ବିପଦ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ପାଇଁ ପାଣ୍ଠି ଯୋଗାଣ ବନ୍ଦ କରାଯିବା ସଙ୍ଗେ ସଙ୍ଗେ ଆତଙ୍କବାଦର ମୂଳୋତ୍ପାଟନ ଜରୁରୀ। ଏ କ୍ଷେତ୍ରରେ ଦୋମୁହାଁ ନୀତିର ସ୍ଥାନ ନାହିଁ। ତେଣୁ ଆତଙ୍କବାଦ ବିରୋଧରେ ସମସ୍ତ ଦେଶ ଏକତ୍ର ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମର ଏହି ବୈଠକ ଏପରି ସମୟରେ ହେଉଛି, ଯେତେବେଳେ ସାରା ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦର ସାମନା କରୁଛି । ଦୁନିଆରେ ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନର କଥା ଉଠୁଛି ଏବଂ ପ୍ରଯୁକ୍ତିର ଯୁଗରେ ସାଇବର ସୁରକ୍ଷା, ଡିପ୍ ଫେକ୍, ଗୁଜବ ପରି ନୂଆ ଆହ୍ୱାନ ମଧ୍ୟ ସାମନାରେ ରହିଛି ।’

ପିଏମ୍ ମୋଦୀ ଜୋର ଦେଇ କହିଛନ୍ତି ଯେ ଏହି ସବୁ ଆହ୍ୱାନର ସାମନା କରିବା ପାଇଁ ବ୍ରିକ୍ସ ରଚନାତ୍ମକ ଭୂମିକା ଗ୍ରହଣ କରିବା ଦରକାର । ସାରା ଦୁନିଆ ବ୍ରିକ୍ସକୁ ଏକ ଜନକଲ୍ୟାଣକାରୀ ସଂଗଠନ ରୂପେ ଦେଖୁ, ବିଭାଜନକାରୀ ଶକ୍ତି ରୂପେ ନୁହେଁ । ଆମେ ଆଜି ଯେଉଁ ସ୍ଥିତିରେ ଅଛୁ, ସେଥିରେ ବ୍ରିକ୍ସଠାରୁ ଅଧିକ ଆଶା ରହିଛି । ମୋ ମତରେ ବିବିଧ ଏବଂ ସମାବେଶୀ ମଞ୍ଚ ରୂପେ ବ୍ରିକ୍ସ ସବୁ ପ୍ରସଙ୍ଗରେ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବ । ଆମର ଦୃଷ୍ଟିକୋଣ ଜନ-କୈନ୍ଦ୍ରିକ ରହିବା ଦରକାର ।

Leave A Reply

Your email address will not be published.

nineteen + five =