ଗେରୁଆ ହେଲା BSNL Logo : ଏବେ ମହଙ୍ଗା ହେବନି ରିଚାର୍ଜ 

ସରକାରୀ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ମଙ୍ଗଳବାର ଦିନ ସିମ୍ କିଓସ୍କ ସମେତ ୭ ଟି ନୂଆ ସେବା ଆରମ୍ଭ କରିଛି। ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସେବା ଆରମ୍ଭ କରିଛନ୍ତି। ଏଥିସହିତ ବିଏସଏନଲର ଗେରୁଆକରଣ ମଧ୍ୟ କରାଯାଇଛି। ଲୋଗରେ ଗେରୁଆ ରଙ୍ଗ ବଦଳାଇ ଦିଆଯାଇଛି।  BSNL ଏହାର ଫାଇବର ଇଣ୍ଟରନେଟ୍ ଗ୍ରାହକଙ୍କ ପାଇଁ ଏକ ନ୍ୟାଶନାଲ ୱାଇ-ଫାଇ ରୋମିଂ ସର୍ଭିସ ଆରମ୍ଭ କରିଛି। ଏହାର ଅର୍ଥ ହେଉଛି ଯେ ଉପଭୋକ୍ତାମାନେ ବିଏସଏନଏଲ ହଟସ୍ପଟରେ କୌଣସି ଅତିରିକ୍ତ ଦେୟ ବିନା ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପଭୋଗ କରିପାରିବେ।  କମ୍ପାନୀ ନୂଆ ଫାଇବର ଆଧାରିତ ଟିଭି ସର୍ଭିସ୍ ମଧ୍ୟ ଘୋଷଣା କରିଛି। ଯେଉଁଥିରେ ୫୦୦ ରୁ ଅଧିକ ଲାଇଭ ଚ୍ୟାନେଲ ଏବଂ ପେ ଟିଭି ବିକଳ୍ପ ଦିଆଯାଇଛି। ଏହି ସମସ୍ତ ଫାଇବର ଇଣ୍ଟରନେଟ୍ ଗ୍ରାହକଙ୍କ ପାଇଁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଉପଲବ୍ଧ ହେବ।ବିଏସଏନଏଲ ନିଜର ପାନ ଇଣ୍ଡିଆ ୪ଜି ସର୍ଭିସ୍ ଲଞ୍ଚ କରିବା ପୂର୍ବରୁ ନୂଆ ଲୋଗୋ ଲଞ୍ଚ କରିଛି।  କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଯୋଗାଯୋଗ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପେମାସାନୀ ଚନ୍ଦ୍ର ଶେଖରଙ୍କ ସମେତ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ନୂତନ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଲୋଗୋ “ଭାରତକୁ ସଂଯୋଗ କରିବା – ସୁରକ୍ଷିତ, ସୁଲଭ ଏବଂ ନିର୍ଭରଯୋଗ୍ୟ” ମିଶନକୁ ପ୍ରତିଫଳିତ କରେ ବୋଲି ମନ୍ତ୍ରୀ କହିଛନ୍ତି।ସବୁଠାରୁ ବଡ଼ କଥା ହେଲା କମ୍ପାନୀ ନିକଟ ଭବିଷ୍ୟତରେ ରିଚାର୍ଜ ମହଙ୍ଗା କରିବା ନାହିଁ |

Leave A Reply

Your email address will not be published.

5 × 1 =