ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି ବାତ୍ୟାରେ କୌଣସି କ୍ଷତି ନହୁଏ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀମାନଙ୍କୁ ଚିଠିରେ ଯୋଗେ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ସର୍କଲ ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲାର କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଓ କୀର୍ତ୍ତିରାଜିର ତଦାରଖ କରାଯାଉଛି ।ବାତ୍ୟାଜନିତ ଅଘଟଣ ଏଡ଼ାଇବା ପାଇଁ ଆସନ୍ତା ୨୪ ଓ ୨୫ତାରିଖ ଦୁଇଦିନ ଧରି ଏତିହ୍ୟ ସ୍ଥଳୀ ଓ ମ୍ୟୁଜିୟମ ବନ୍ଦ ରହିବ। ପୁରୀ ଏଏସଆଇ ସର୍କଲ ଅନ୍ତର୍ଗତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲା ରହିଛନ୍ତି ।