ବାତ୍ୟା ଛନକା: ବଜାରରେ କଳାବଜାରୀ ଆରମ୍ଭ

ଭୁବନେଶ୍ୱର(ରାଜ୍ୟକାହାଣୀ)ବାତ୍ୟା ଆଶଙ୍କାରେ ପରିଵା ଵଜାରରେ ଲୋକଙ୍କ ବେଶ୍ ଭିଡ ଦେଖିବାକୁ ମିଳୁଛି। କଟକ ଛତ୍ରଵଜାର ଅର୍ବାନ ହାଟରେ ଲୋକମାନେ ଵ୍ୟସ୍ତ ଵିଵ୍ରତ ହୋଇ ଆଳୁ, ପିଆଜ ଓ ଅନ୍ୟାନ୍ୟ ପରିଵା କିଣୁଥିବା ଦେଖାଯାଇଛି। ତେବେ ଅଧିକାଂଶ ପରିଵା ଦର ନିୟନ୍ତ୍ରଣରେ ଥିବା ବେଳେ ଆଳୁ,ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି। ଗତକାଲି ଭୁବନେଶ୍ୱରରେ ଆଳୁ କିଲୋ ପିଛା ଥିଲା ୩୨, ଆଜି ପହଞ୍ଚିଛି ୪୦ରେ ।  ପିଆଜ ୬୦ରୁ ପହଞ୍ଚିଲାଣି ୭୦ରେ । ସେହିପରି କଟକ ଛତ୍ରବଜାରରେଉଚ୍ଚ ରହିଛି ଆଳୁ ଓ ପିଆଜ ଦର । ଆଳୁ କିଲୋ ୪୦ ରୁ ୫୦ ଓ ପିଆଜ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି । ରାଜଧାନୀ ଭୁବନେଶ୍ୱର ୧ ନମ୍ବର ହାଟରେ ମଧ୍ୟ ସମାନ ସ୍ଥିତି । ବାତ୍ୟା ପାଇଁ ହାଟରେ ଗ୍ରାହକ ହାଉଜାଉ। କିଏ ବ୍ୟାଗ ଭର୍ତ୍ତି ପରିବା କିଣି ନେଲାଣି ତ ଆଉ କିଏ ଆଳୁ-ପିଆଜ କିଣୁଛି। ରାସନ ଦୋକାନରେ ଚୁଡା, ଚାଉଳ, ଡାଲି, ତେଲ ସମେତ ଅନ୍ୟ ରୋଷେଇ ସାମଗ୍ରୀ କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ।କେତେକ ସ୍ଥାନରେ ଆଳୁ ମିଳୁନଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ କୌଣସି ଜିନିଷର ମୂଲ୍ୟ ବୃଦ୍ଧି ନ କରିବା ପାଇଁ ତାଗିଦ୍ କରାଯାଇଥିଲେ ମଧ୍ୟ କିଛି ବ୍ୟବସାୟୀ ମନଇଚ୍ଛା ଆଳୁ ରେଟ୍ ବଢ଼ାଇ ଥିବାରୁ ଖାଉଟି ଶୋଷଣର ଶିକାର ହେଉଛନ୍ତି।

Leave A Reply

Your email address will not be published.

14 − eleven =