୨୩ରୁ ୨୫ ଯାଏଁ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର(ରାଜ୍ୟକାହାଣୀ)  ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଜିଲା ପ୍ରଶାସନ ସହ ଯୋଗାଯୋଗରେ ଅଛୁ। ୨୫୦ଟି ରିଲିଫ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ସବୁ ରିଲିଫ ସେଣ୍ଟରରେ ମହିଳା ପୋଲିସ ରହିବେ। ଜିଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଛି। ସରକାରୀ ଆଶ୍ରୟସ୍ଥଳୀ ଛଡ଼ା ଆଉ ୫୦୦ଟି ଅସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗକୁ ପୁରା ଆଲର୍ଟ କରାଯାଇଥିବାବେଳେ ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଆଜି ୧୪ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ । 

ତେବେ ୨୫ ତାରିଖକୁ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଦିନ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଆହୁରି କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ଓଡ୍ରାଫ, NDRF ମୁତୟନ ହୋଇଛନ୍ତି। ରେଡ ଆଲର୍ଟ ଜିଲାରେ ଅଧିକ NDRF ଓ ଓଡ୍ରାଫ ଟିମ ରହିବେ। ଆବଶ୍ୟକ ସ୍ଥଳେ ହେଲିକପ୍ଟରର ବ୍ୟବହାର କରାଯିବ। ଆଲୋଚନା କରାଯାଇଛି, ଆଉ ଅଧିକ NDRF ଟିମ ଆସି ପହଞ୍ଚିବେ।

Leave A Reply

Your email address will not be published.

4 + 10 =