ସମ୍ଭାବ୍ୟ ବାତ୍ୟା ’‘ଦାନା’ କୁ ଦୃଷ୍ଟିରେ ପୁରୀ ଛାଡ଼ି ପଳାଉଛନ୍ତି ପର୍ଯ୍ୟଟକ।

ଭୁବନେଶ୍ୱର(ରାଜ୍ୟକାହାଣୀ)ସମ୍ଭାବ୍ୟ ବାତ୍ୟା ’‘ଦାନା’ କୁ ଦୃଷ୍ଟିରେ ପୁରୀ ଛାଡ଼ି ପଳାଉଛନ୍ତି ପର୍ଯ୍ୟଟକ। ଆଜି ସକାଳେ କିଛି ପର୍ଯ୍ୟଟକମାନେ ନିଜ ନିଜ ସ୍ଥାନକୁ  ଫେରି ଯାଇଛନ୍ତି। ସମ୍ଭାବ୍ୟ ବାତ୍ୟା ‘ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ଗତକାଲି ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଏଥିସହିତ ସହିତ ବାତ୍ୟା ଆଶଙ୍କା ଦୂର ନ ହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନ ଆସିବେ ଜିଲ୍ଲାପାଳ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି କୁହାଯାଇଥିଲା। ସେହିପରି ଅନଲାଇନ ମାଧ୍ୟମରେ ପର୍ଯ୍ୟଟକ ଓ ଭକ୍ତ ମାନେ ପୁରୀରେ ଥିବା ବିଭିନ୍ନ ହୋଟେଲରେ ବୁକିଂ କରିଥିବା ବେଳେ ସେଗୁଡିକ କ୍ୟାନସଲ୍ ମଧ୍ୟ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଯଦି ପୁରୀରେ‌ ଲ୍ୟାଣ୍ଡଫଲ କରେ ତାହାଲେ ହୋଟେଲ ଶିଳ୍ପକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିବ। ତେବେ ବାତ୍ୟା ପାଇଁ ହୋଟେଲିୟର ମାନେ ଭୟଭୀତ ଥିବାବେଳେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଓ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଓଡିଶା ହୋଟେଲ ଆସୋସିଏସନର ଭାଇସ ଚେୟାରମ୍ୟନ୍।

Leave A Reply

Your email address will not be published.

twenty − eight =