ଆସୁଛି ନାନା ପାଟେକରଙ୍କ ‘ବନବାସ’

‘ଗଦର: ଏକ୍‌ ପ୍ରେମ କଥା’, ‘ଅପ୍‌ନେ’, ‘ଗଦର ୨’ ଆଦି ହିଟ୍‌ ଚଳଚ୍ଚିତ୍ରଗୁଡ଼ିକର ନିର୍ଦ୍ଦେଶନା ଦେଇଥିବା ଅନିଲ ଶର୍ମା ସୋମବାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛନ୍ତି। ଅନିଲ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ବନବାସ’ର ପ୍ରଥମ ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ବଲିଉଡ଼ର ବରିଷ୍ଠ ଅଭିନେତା ନାନା ପାଟେକର ଓ ଉତ୍କର୍ଷ ଶର୍ମାଙ୍କ ଫିଲ୍ମ ‘ବନବାସ’ର ପୋଷ୍ଟର ରିଲିଜ୍‌ ହୋଇଯାଇଛି। ପୋଷ୍ଟର ସହ ନିର୍ମାତା ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଡିସେମ୍ବର ୨୦ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।ପୋଷ୍ଟରରେ ଉତ୍କର୍ଷ ହାତରେ ଏକ ମଦ ବୋତଲ ଧରିଥିବାବେଳେ ନାନା ଗୋଟିଏ ହାତରେ ବ୍ୟାଗ୍‌ ଓ ଅନ୍ୟ ହାତରେ ଏକ ପାତ୍ର ଧରିଥିବା ଦେଖିବାକୁ ମିଳିଛି। ଏହାସହ ଏହି ପୋଷ୍ଟରରେ ଲେଖା ହୋଇଛି, ଅପ୍‌ନେ ହି ଦେତେ ହେଁ ଅପ୍‌ନେ କୋ ବନବାସ।

ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶକ ଅନିଲ ପୁଣିଥରେ ତାଙ୍କ ପୁଅ ଉତ୍କର୍ଷଙ୍କୁ ବଲିଉଡ୍‌ରେ ନିଜର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ଦେଇଛନ୍ତି। ତେବେ ‘ବନବାସ’ ଫିଲ୍ମରେ ‘ଗଦର ୨’ରେ ମୁସ୍କାନ ଚରିତ୍ର କରି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ସିମରତ କୌରଙ୍କୁ ମଧ୍ୟ ଦେଖିବାକୁ ମିଳିବ। 

Leave A Reply

Your email address will not be published.

2 × five =