ନଭେମ୍ବର ୧୫ରେ ରାଉରକେଲା ଆସିବେ ମୋଦି

ଭୁବନେଶ୍ୱର(ରାଜ୍ୟକାହାଣୀ) ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଛି। ଏକ ସ୍ବତନ୍ତ୍ର ବିମାନ ଯେଗେ ଆସି ସେ ଦିନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ଏହି ଗସ୍ତକାଳରେ ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିରେ ଓଡ଼ିଆ ଅସ୍ମିତା କେନ୍ଦ୍ରର ଭତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ସାମିଲ ରହିଛି। କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଗସ୍ତ କରୁଛନ୍ତି। ସେ ସେହିଦିନ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନା ଶୁଭାରମ୍ଭ କରିବେ। ଏହି ଅବସରରେ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିନ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟରରେ ରାଉରକେଲା ଯିବେ। ଏହା ପୂର୍ବରୁ ମୋଦି ସେଷ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚି ଗାଡ଼କଣ ବସ୍ତି ଯାଇଥିଲେ ସେଠାରେ ମହିଳାଙ୍କ ଠାରୁ କ୍ଷୀରୀ ଖାଇଥିଲେ । ପରେ ଶୁଭଦ୍ରା ଯୋଜନା ସୁଭାରମ୍ଭ କରି ଦିଲ୍ଲୀ ଫେରିଥିଲେ।

Leave A Reply

Your email address will not be published.

6 + two =