ନକଲି କନିଆଁ  ଶିଶୁପାଳ ହୋଇ ଫେରିଲେ ବର। 

ଭୁବନେଶ୍ୱର(ରାଜ୍ୟକାହାଣୀ)କନିଆଁ ଖୋଜୁ ଖୋଜୁ ଠକ ହାବୁଡ଼ରେ ପଡ଼ିଗଲେ ଯୁବକ। ବିବାହ ପାଇଁ ଝିଅ ଦେଖାଇ ତଳି ତଳାନ୍ତ କରିଦେଲେ। ଏପରି ଏକ ଠକ ଗ୍ୟାଙ୍ଗ ରାଜଧାନୀ ଭୁବନେଶ୍ୱରରେ ବୁଲୁଛନ୍ତି। ଠକାମୀରେ ଶିକାର ହୋଇଥିବା ଯୁବକ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଭଦ୍ରକ ଅଞ୍ଚଳର ମନୋଜ ଲେଙ୍କା (ଛଦ୍ମନାମ)। ରାଜଧାନୀ ଭୁବନେଶ୍ୱର ବରମୁଣ୍ଡ ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି। ଏକ ପ୍ରାଇଭେଟ୍‌ ସଂସ୍ଥାରେ କାମ କରୁଛନ୍ତି। ଯୌବନରେ ପଦାର୍ପଣ କରିଥିବାରୁ ବାହା ହେବା ପାଇଁ ମନ ବଳାଇଥିଲେ। ହେଲେ ମନ ପସନ୍ଦର କନିଆଁ ମିଳୁନଥିଲେ। ତଥାପି ପରିବାର ଲୋକେ ତାଙ୍କ ପାଇଁ ଜଣେ ସୁନ୍ଦରୀ ଓ ସୁଶୀଳା ଝିଅ ଖୋଜୁଥିଲେ। ଠିକ୍‌ ସେତିକି ବେଳେ ପ୍ରହ୍ଲାଦ ସାହୁ ନାମକ ଜଣେ ବ୍ରୋକର ସୋଶାଲ ମିଡ଼ିଆ ମାଧ୍ୟମରେ ମନୋଜଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ଝିଅ ଖୋଜି ଦେବେ ବୋଲି କହିଥିଲେ।ବାହାଘର ଦିନ ଧାର୍ଯ୍ୟ ହେଲା, ଲୁଗାପଟାରୁ ଆରମ୍ଭ କରି ଗହଣା ବି କିଣାହେଲା। ହେଲେ ବାହାଘର କରାଇଦେବା ପାଇଁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଲା ଦଲାଲ।

ବରଣ ମାଳାଠୁ ବ୍ଲେଜର । ଆଉ ସିନ୍ଦୁର ଠାରୁ ସେରୱାନୀ ପର୍ଯ୍ୟନ୍ତ। ସବୁକିଛି କିଣା ସରିଥିଲା। ମଙ୍ଗନ ସାରି ବାହା ବେଦୀରେ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କରିଥାନ୍ତେ। ଧୁମଧାମରେ ବାହାଘର କରିବାକୁ ମଣ୍ଡପ ବି ବୁକିଙ୍ଗ ହୋଇଥିଲା। ଖାଲି ବେଦୀରେ ବର ବସିବା ବାକି ଥିଲା। ଝିଅ ଭିଡିଓ କଲରେ କଥା ହେଲା- ହେଲେ ପାଖକୁ ଗଲା ବେଳକୁ ଧରା ଛୁଆଁ ଦେଲାନି। ଏଥିଲା ସେହି ମିଛ କନିଆଁ। କେବଳ ମିଛ କନିଆଁ ନୁହେଁ ମିଛ ବାହାଘର ପାଇଁ ପ୍ରସ୍ତୁତ ହୋଇଥିଲେ ମିଛ ବାପା ମାଆ ଆଉ ଭାଇ ଭଉଣୀ। ସୋସିଆଲ ମିଡିଆରେ ଜାଲ ପକାଇ, ବାହାଘର ମଧ୍ୟସ୍ଥି ସାଜିଥିବା ଦଲାଲ ରଚିଥିଲା ଏହିସବୁ ଷଡଯନ୍ତ୍ର। ଦଲାଲ ଜଣକ ବାହାଘର କରାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ଏବେ ଫେରାର। ଫୋନ ସୁଇଚ ଅଫ୍। ଯାହାକୁ ନେଇ ଭରତପୁର ଥାନାରେ ମାମଲା ରୁଜୁ କରିଛନ୍ତି ଶିଶୁପାଳ ହୋଇ ଫେରିଥିବା ବର।

Leave A Reply

Your email address will not be published.

twenty − 4 =