ବୈତରଣୀ ମୁହାଣରେ ବୁଡ଼ିଗଲା ଡଙ୍ଗା, ୧୦ ମତ୍ସ୍ୟଜୀବୀ ଉଦ୍ଧାର

ଭୁବନେଶ୍ୱର(ରାଜ୍ୟକାହାଣୀ) ଭଦ୍ରକ ଧାମରାଇ ମନ୍ଦିର ନିକଟ ବୈତରଣୀ ମୁହାଣରେ ଅଘଟଣ ।ମାଛଧରା ବେଳେ ବୁଡିଗଲା ବୋଟ୍‌ । ଯାହାଫଳରେ ବୋଟ୍‌ରେ ଥିବା ୬ ଜଣ ପାଣିରେ ବୁଡିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ। ମାତ୍ର କୂଳ ପାଖରେ ପହଞ୍ଚିବା ପରେ ଭାରସାମ୍ୟ ହରାଇ ବୋଟ୍‌ଟି ଉପରକୁ ଉଠି ପାରି ନ ଥିଲା  । ଫଳରେ ତାହା ପାଣିରେ ବୁଡ଼ି ଯାଇଥିଲା । ଖବର ପାଇ ମେରାଇନ୍‌ ପୁଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ବୋଟ୍‌ରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ବାତ୍ୟା ସୂଚନା ପାଇ ସେମାନେ ଧାମରାକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।

Leave A Reply

Your email address will not be published.

8 − five =