୧୪ ଜିଲ୍ଲାରେ ତିନି ଦିନ କଲେଜ ଓ ବିଶ୍ଵ ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର(ରାଜ୍ୟକାହାଣୀ) ବଙ୍ଗୋପସାଗରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପାଇଁ ଆସନ୍ତା ୨୩ରୁ ୨୫ ଅକ୍ଟୋବର ଯାଏ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ ରଖିବାକୁ କୁହାଯାଇଛି।ଏହି ୧୪ଟି ଜିଲ୍ଲା ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ।  ସୂଚନାଯୋଗ୍ୟ, ଗତକାଲି ସମ୍ଭାବ୍ୟ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ୧୪  ଜିଲ୍ଲା ତିନି ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ଅର୍ଦ୍ଧ ବାର୍ଷିକ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଥିବା ହେବାକୁ ଥିବା ପରୀକ୍ଷାକୁ ବିଭାଗ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ସେହି ଦିନ ଗୁଡ଼ିକରେ ଥିବା ପରୀକ୍ଷାକୁ ଯଥାକ୍ରମେ ଆସନ୍ତା ୧, ୨ ଓ ୪ ତାରିଖରେ ଅନୁଷ୍ଠିତ ହେବ । 

ଏଥିପାଇଁ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ସହଯୋଗ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ପରବର୍ତ୍ତୀ ପରୀକ୍ଷା ସୂଚୀ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ।

Leave A Reply

Your email address will not be published.

10 + 7 =