ବାତ୍ୟା ପାଇଁ ୧୭୮ ଟ୍ରେନ ବାତିଲ

ଭୁବନେଶ୍ୱର(ରାଜ୍ୟକାହାଣୀ)  ବାତ୍ୟା ‘ଦାନା’ପାଇଁ ବ୍ୟାପକ ଟ୍ରେନ ବାତିଲ କରାଯାଇଛି। ମୋଟ ୧୭୮ଟି ଟ୍ରେନ ବାତିଲ ନେଇ ରେଲୱେ ପକ୍ଷରୁ  ସୂଚନା ଦିଆଯାଇଛି। ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୭୮ ଟ୍ରେନ ବାତିଲ ହୋଇଛି। ସେଥିମଧ୍ୟରୁ ଅପ ଟ୍ରେନ ୮୫ ଏବଂ ଡାଉନ ଟ୍ରେନ ୯୩ଟି ରହିଛି।ବ୍ରହ୍ମପୁର – ଭୁବନେଶ୍ୱର, ବିଶାଖାପାଟଣା – ଭୁବନେଶ୍ୱର , ବିଶାଖାପାଟଣା – ଦିଘା ବାତିଲ । ସେ ସବୁ  ଟ୍ରେନ୍‌ ମଧ୍ୟରୁ ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର ବାତିଲ ହୋଇଛି।ସେହିପରି ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ ବାତିଲ ହୋଇଛି।ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର  ମଧ୍ୟ ବାତିଲ ହୋଇଛି। ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡ଼ା, ପୁଡୁଚୋରୀ-ଭୁବନେଶ୍ୱର ଟ୍ରେନ୍‌ ମଧ୍ୟ ବାତିଲ ହୋଇଛି।ରେଳ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡିଶା ସୀମାନ୍ତ ଦେଇ ପୁରୀକୁ ଆସୁଥିବା ଟ୍ରେନ୍ ଏବଂ ପୁରୀରୁ ବିଭିନ୍ନ ରାଜ୍ୟକୁ ଓଡିଶା ସୀମାନ୍ତ ଦେଇ ଯାଉଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.

16 − 15 =