ସାବଧାନ ! ବଜାରରେ ମିଳୁଛି ନକଲି ଆଳୁ 

ଖାଦ୍ୟ ନିରାପତ୍ତା ଓ ଔଷଧ ପ୍ରଶାସନର ଏକ ଟିମ୍‌ ପ୍ରାୟ ୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ କରିଛି। ଏକ ରିପୋର୍ଟ ଅନୁସାରେ ଧଳା ଆଳୁକୁ ଲାଲ ରଙ୍ଗ ଦେଇ ଏହାକୁ ଉଚ୍ଚ ଦାମ୍‌ରେ ବିକ୍ରି କରୁଛନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ । ବିଶେଷ କରି ଏହା କର୍କଟ ରୋଗର କାରଣ ପାଲଟିଥାଏ। ପନିପରିବା ରଙ୍ଗ କରିବା ପାଇଁ ହାନିକାରକ କେମିକାଲ୍‌ର ବ୍ୟବହାର କରାଯାଏ। ଏହା ଶରୀରରେ ନାନା ରୋଗ ସୃଷ୍ଟି କରିଥାଏ।ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ପକ୍ଷରୁ କୁହାଯାଇଛି, ଆଳୁକୁ ହାତରେ ଧରି ଏହା ଅସଲି କି ନକଲି ଜାଣି ହୋଇପାରେ। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ କହିଛି, ଫଳ-ପନିପରିବାକୁ ଖାଦ୍ୟ ଉପଯୋଗୀ କରିବା ପାଇଁ କାର୍ବାଇଟ୍‌ ସହ ଅନ୍ୟାନ୍ୟ ରାସାୟନିକ ଜିନିଷର ବ୍ୟବହାର କରାଯାଉଛି। ଏଭଳି ଜିନିଷ ଶରୀର ଭିତକରୁ ପ୍ରବେଶ କରିବା ପରେ ବାନ୍ତି, ଝାଡା, ରକ୍ତ ଅପରିଷ୍କାର, ଛାତିରେ ଜଳାପୋଡା, ଅତ୍ୟଧିକ ଶୋଷ ଲାଗିବା ସହ ଥକ୍କାପଣ ଅନୁଭୂତ ହୋଇଥାଏ।ରିପୋର୍ଟ ଅନୁସାରେ କିଛି ଆଳୁରେ ଲାଲ ରଙ୍ଗ ମଧ୍ୟ ବ୍ୟବହାର ହୁଏ । ଏଥିରେ ପ୍ରାୟ ରେଡ୍‌ ୪୦ ନାମକ ଏକ ପ୍ରକାର ରଙ୍ଗ ବ୍ୟବହାର କରାଯାଏ। ଏହା କର୍କଟ ରୋଗ ସୃଷ୍ଟି କରେ ବୋଲି ଅଧ୍ୟୟନରୁ ଜଣାପଡିଛି। ଯଦି ଆଳୁର ଉପର ଅଂଶରେ କଳାଦାଗ କିମ୍ବା ଅନ୍ୟ ରଙ୍ଗ ଦେଖାଯାଉଛି, ତେବେ ଏଥିରେ କେମିକାଲ୍‌ ବ୍ୟବହାର କରାଯାଇଛି। ଏହାକୁ କିଣନ୍ତୁ ନାହିଁ। ଆଳୁରୁ ଭିନ୍ନ ଗନ୍ଧ ଆସୁଥିଲେ କିମ୍ବା ନୀଳ ରଙ୍ଗ ଦେଖାଯାଉଥିଲେ ମଧ୍ୟ ଏହାକୁ କିଣନ୍ତୁ ନାହିଁ ।ଏହା ବ୍ୟତୀତ ଆଳୁକୁ ଏକ ପାତ୍ରରେ ପାଣି ଭିତରେ କିଛି ସମୟ ରଖି ଦିଅନ୍ତୁ। ଏହାକୁ ହାତରେ ଘଷି ରଙ୍ଗକୁ ଯାଞ୍ଚ କରନ୍ତୁ। ଯଦି ହାତରେ କିଛି ରଙ୍ଗ ଲାଗୁଛି, ତେବେ ଏହା ନକଲି ଆଳୁ ବୋଲି ଜାଣନ୍ତୁ ।

Leave A Reply

Your email address will not be published.

8 + 6 =