ଫୋନରେ ମିଛ ଧମକ ହେବ ଧର୍ତ୍ତବ୍ୟ ଅପରାଧ

ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଧମକ ମିଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏପରି ଅପରାଧକୁ ରୋକିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ଆଲୋଚନା ଚାଲିଥିବା ସେ କହିଛନ୍ତି।  ବର୍ତ୍ତମାନ ସମୟରେ ଯେଉଁପରି ଭାବେ ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍‌‌ ଆସୁଛି ଏହା ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି। ଏପରି କାର୍ଯ୍ୟକଳାପକୁ ‘ଧର୍ତ୍ତବ୍ୟ ଅପରାଧ’ ତାଲିକାରେ ରଖିବାକୁ ଆଲୋଚନା କରାଯାଉଛି। ଘଟଣାରେ ଯେଉଁମାନେ ଧରାପଡ଼ିବେ ସେମାନଙ୍କୁ ତୁରନ୍ତ ନୋ-ଫ୍ଲାଏ ଲିଷ୍ଟରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏପରି ମିଛ କଲ ପାଇଁ ସାରା ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିମାନ କମ୍ପାନୀମାନେ ଆର୍ଥିକ ସମସ୍ୟା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ପ୍ରକାଶ ଥାଉକି, କିଛି ଦିନ ହେବ ଭାରତର ଅନେକ ଏୟାରଲାଇନ୍ସକୁ ବୋମା ବିସ୍ଫୋରଣ ନେଇ ଧମକ ମିଳୁଛି। ଫଳରେ ଏକାଧିକ ବିମାନର ଜରୁରୀ ଅବତରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ସପ୍ତାହ ମଧ୍ୟରେ ପାଖାପାଖି ୧୦୦ରୁ ଅଧିକ ଭାରତୀୟ ବିମାନକୁ ବୋମା ଧମକ ମିଳି ସାରିଲାଣି। ଏହି କାରଣରୁ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।

Leave A Reply

Your email address will not be published.

four × one =