ସବୁ ସ୍ପା ବୁଲିବ ପୋଲିସ, ଯାଞ୍ଚ କରିବ ଅନୈତିକ କାର୍ଯ୍ୟ

ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜଧାନୀରେ ଖୋଲିଲାଣି ମାଳ ମାଳ ମସାଜ ସେଂଟର ଓ ସ୍ପା । ସ୍ପାରେ ଅନୈତିକ କାମ ଚାଲୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏବେ ଚଢାଉକୁ ପୁଣି ଥରେ ଜୋରଦାର କରାଯିବ । ସମସ୍ତ ଥାନା ଅଂଚଳରେ ଚଢ଼ାଉ କରିବା ପାଇଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ  । ନାବାଳିକା କିମ୍ବା ଯୁବତୀଙ୍କୁ ଶୋଷଣ କରାଯାଉଛି କି ନାହିଁ ସେନେଇ ଯାଞ୍ଚ କରିବ ପୋଲିସ  । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର  ।  ଗତଦିନରେ ରବି ଟକିଜ ଛକର ଏକ ସେଲୁନ୍ ଆଣ୍ଡ ସ୍ପାରେ ପୋଲିସ ଚଢ଼ାଉ କରିଥିଲା  ।  ସ୍ପାରୁ ଉଦ୍ଧାର ହୋଇଥିବା ଯୁବତୀ ପୋଲିସ ଆଗରେ ବିସ୍ଫୋରକ ବୟାନ ଦେଇଥିଲେ  । କହିଥିଲେ, ରିସେପସନରେ ଚାକିରି କରିବା ପାଇଁ ଡାକିଥିଲେ  । ହେଲେ ଏଠାକୁ ଆସିବା ପରେ ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ  । ସେଠି ପାଇଁ ଏହିଭଳି ପଦକ୍ଷପ ନିଆଯାଇଛି |ଗତ ୬ ବର୍ଷ ଭିତରେ ଏଭଳି ୭୯ ଟି ସେକ୍ସ୍ ରାକେଟ ଠାବ କରିଛି ପୋଲିସ । ୨୫୬ ଜଣ ଗରାଖ ଓ ୨୦୯ ଜଣ ରୂପଜିବୀ ଙ୍କୁ ସର୍ଟ ଷ୍ଟେ ହୋମ କୁ ପଠାଯାଇଛି। ଡିଜିପି ୱାଇ.ବି.ଖୁରାନିଆ ଟୁଇନ ସିଟି ପୋଲିସ କମିଶନର ଥିବା ବେଳେ ରାଜଧାନୀରେ ଚାଲିଥିବା ସେକ୍ସ୍ ରାକେଟ ଉପରେ ମାରାଥନ ରେଡ଼ ହୋଇଥିଲା । କୋର୍ଟ ରେ ଏସବୁ ପ୍ରମାଣିତ ହେବା ପରେ ସଂପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ବିଦେଶୀ ଯୁବତୀଙ୍କ ଭିସା ମଧ୍ୟ କଳା ତାଲିକାଭୁକ୍ତ କରିବାକୁ ଗୃହ ବିଭାଗକୁ ଚିଠି ଲେଖିଥିଲା ପୋଲିସ ।  ଆଗକୁ ଦୀପାବଳି ଓ ନୂଆବର୍ଷ । ତେଣୁ ଏଭଳି କାରବାର ଓ ମାନବ ଚାଲାଣ ରୋକିବା ପାଇଁ କମିଶନରେଟ ପୋଲିସ ପୁରା ପ୍ରସ୍ତୁତ ଥିବା କହିଛନ୍ତି ଡିସିପି ।

Leave A Reply

Your email address will not be published.

2 × 4 =