ବିଜୟା ରାହତକର ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ନିଯୁକ୍ତ

କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ର ନବମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।ଶ୍ରୀମତୀ ରାହତକର ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଏବଂ ଔରଙ୍ଗାବାଦର ମେୟର ଭାବରେ କାର୍ଯ୍ୟ କରିଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଏବଂ ଦଳର ମହିଳା ଶାଖାର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଡକ୍ଟର ଅର୍ଚ୍ଚନା ମଜୁମଦାରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବରେ ନିଯୁକ୍ତ କରିବା ବିଷୟରେ ମଧ୍ୟ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି।ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ରାହଟକରଙ୍କ ନିଯୁକ୍ତି ବ୍ୟତୀତ ଅର୍ଚନା ମଜୁମଦାରଙ୍କୁ ତିନି ବର୍ଷ କାର୍ଯ୍ୟକାଳ ପାଇଁ ଆନୁଷ୍ଠାନିକ ଭାବେ ଏନସିଡବ୍ଲ୍ୟୁ ସଦସ୍ୟ ଭାବରେ ମନୋନୀତ କରାଯାଇଛି।ମହିଳା ଅଧିକାରର ଅଗ୍ରଗତି ଦିଗରେ କାର୍ଯ୍ୟ କରିବାକୁ ଏନସିଡବ୍ଲ୍ୟୁ, ଏକ ବିଧିଗତ ସଂସ୍ଥା। ଏଥିରେ ମହିଳାମାନଙ୍କ ପାଇଁ ଦିଆଯାଇଥିବା ସାମ୍ବିଧାନିକ ଏବଂ ଆଇନଗତ ସୁରକ୍ଷା ସମୀକ୍ଷା କରିବା ଅନ୍ତର୍ଭୁକ୍ତ।

Leave A Reply

Your email address will not be published.

one × two =