ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ଅଣପଞ୍ଜିକୃତ ହବିଷ୍ୟାଳି

ଭୁବନେଶ୍ୱର(ରାଜ୍ୟକାହାଣୀ)ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ତେବେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଫେରିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଶିବିରରେ ରହି ବ୍ରତ ପାଳନ କରିବେ ବୋଲି ଜିଦ୍‌ରେ ଅଟଳ ରହିଲେ ଅଣପଞ୍ଜିକୃତ ହବିଷ୍ୟାଳି । ଶେଷରେ ହାର ମାନିଲା ପ୍ରଶାସନ । ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ପ୍ରୟାସ ଆରମ୍ଭ ହେଉଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି । ତେବେ ଆଜି ସୁଦ୍ଧା ସମସ୍ତ ଚୂଡ଼ାନ୍ତ ହୋଇସାରିବା ପରେ ଅନ୍ୟମାନଙ୍କୁ ପଞ୍ଜିକରଣ କରି ରଖିବାର ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ବୃନ୍ଦାବତୀ ନିବାସର ବେସ ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳୀ। ଆସିଛନ୍ତି ପ୍ରାୟ ୪ହଜାର ହବିଷ୍ୟାଳି । ଫଳରେ ଅଧିକ ହବିଷ୍ୟାଳିଙ୍କ ପାଇଁ ଶିବିରରେ ଜାଗା ନାହିଁ । ସେମାନେ ବାହାରେ ରହୁଛନ୍ତି । ବାହାରେ ରହୁଥିବା ହବିଷ୍ୟାଳି ମାନେ ପ୍ରଶାସନ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ଆଜି ଠାରୁ ସଂକଳ୍ପ କରି ଏକ ମାସ ଲାଗି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ରାଇ ଦାମୋଦରଙ୍କୁ ପୂଜା କରିବେ ।

୪ଟି ହବିଷ୍ୟାଳି କେନ୍ଦ୍ରରେ ଅଢ଼େଇ ହଜାର ବ୍ରତଧାରୀଙ୍କ ଲାଗି ରହିବା, ଖାଇବା ସହ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଲାଗି ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପୁରୀରେ ୨୫ ଶହ ହବିଷ୍ୟାଳିଙ୍କ ରହିବା, ମହାପ୍ରସାଦ ସେବନ ଓ ଶ୍ରୀମନ୍ଦିର ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ପୁରୀରେ ସମସ୍ୟା ଉପୁଜିବା ପରେ ଶୁକ୍ରବାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ସେ କହିଛନ୍ତି, ଯେଉଁ ମା’ମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା ହେବ। ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳି ମା’ମାନେ ରହିବେ। ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ଥାନାଭାବ ହେଲେ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମୁଁ ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିସାରିଛି।

Leave A Reply

Your email address will not be published.

four × 1 =