ବଦଳିଲେ ୭୦ରୁ ଅଧିକ ତହସିଲଦାର

ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୧୮ଜଣ ଓଏଏସ୍‌ଙ୍କର ବଦଳି ହୋଇଛି। ଏଥିରେ ପ୍ରାୟ ୭୦ରୁ ଅଧିକ ତହସିଲଦାର ବଦଳିଛନ୍ତି। ତେବେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି)ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪ରେ ଅନିୟମିତତାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ସମସ୍ତ ଅନିୟମିତତା ଅଭିଯୋଗକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ତଜର୍ମା କରାଯାଉଛି। ଖୁବଶୀଘ୍ର ସରକାର ଏନେଇ ଉଚିତ୍ ନିଷ୍ପତ୍ତି ନେବେ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

3 × five =