ପିଲା ଦେହରେ ଦୁଇ ଗୁପ୍ତାଙ୍ଗ ଗୋଟେ କିଡନୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଗଞ୍ଜାମ ଜିଲ୍ଲା ପୋଲସରା ସହର ଦାଶରଥି ନଗରରେ । ବାପା ସୁନିଲ କୁମାର ବେହେରା ଓ ମାଆ ସମର୍ପିତାଙ୍କ ଏକ ମାତ୍ର ସନ୍ତାନ ସଞ୍ଚିତ । ବୟସ ଦଶବର୍ଷ । କହିବାକୁ ସଙ୍କୋଚ ଲାଗୁଥିଲେ ବି କହିବାକୁ ବାଧ୍ୟ ହେଉଛନ୍ତି ବାପା ମାଆ । ଦୁଇଟି ଗୁପ୍ତାଙ୍ଗ ନେଇ ଜନ୍ମ ହୋଇଥିବା ଏହି ବାଳକର ଶାରୀରିକ ଅସମାନତା ଯେମିତି ଚିକିତ୍ସା ବିଜ୍ଞାନକୁ ଚ୍ୟାଲେଞ୍ଜ କରିଛି ତାଠାରୁ ଅଧିକ ବଡ଼ ସମସ୍ୟା ହୋଇ ଦେଖା ଦେଇଛି ବାପା ମାଆଙ୍କ ପାଇଁ । ପୁଣି ଏହି ବିରଳ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।ସଞ୍ଚିତର ଦୁଇଟି ଗୁପ୍ତାଙ୍ଗ ଥିବା ନେଇ ପରିବାର ଲୋକେ ଜନ୍ମରୁ ଦେଖି ଆସୁଥିଲେ । ୨୦୧୭ ମସିହାରେ ସଞ୍ଚିତକୁ ୪ ବର୍ଷ ହେବା ପରେ ଭେଲୋର ନେଇ ଚେକ୍ଅପ୍ କରାଇଥିଲେ । ସେତେବେଳେ ସଞ୍ଚିତଙ୍କ ଗୋଟିଏ କିଡନୀ ଥିବା ଜଣା ପଡିଥିଲା । ଏହା ପରେ ଡାକ୍ତର କହିଥିଲେ ସଞ୍ଚିତକୁ ଦଶ ବର୍ଷ ହେବା ପରେ ଅପରେସନ କରିବା ପାଇଁ । ୨୦୧୭ ପରେ ୨୦୨୨ରେ ପୁଣି ଚେକଅପ୍ ହେଲା । ଏବେ ଗୋଟିଏ କିଡନୀ ସହିତ ଆଉ ଗୋଟିଏ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ସଞ୍ଚିତଙ୍କ ପରିସ୍ରା କିଡନୀରୁ ବ୍ଲାଡରକୁ ନଯାଇ ସିଧା ପରିସ୍ରା ହେଉଥିଲା । କାରଣ ବ୍ଲାଡରର ଆକାର ସାଧାରଣ ବ୍ଲାଡର ଠାରୁ ଛୋଟ ଥିବା ଜଣା ପଡିଥିଲା ।

ସଞ୍ଚିତଙ୍କର ବାରମ୍ବାର ଅପରେସନ ହୋଇଥିଲା । କେତେବେଳେ ମୂତ୍ରାଶୟରୁ ସଂଯୋଗ ବିଛିନ୍ନ କରିବା ତ ଆଉ କେତେବେଳେ ଦୁଇଟି ଗୁପ୍ତାଙ୍ଗରୁ ଗୋଟିକୁ ଅଲଗା କରିବା । ବର୍ତ୍ତମାନ ସୁଦ୍ଧା ପ୍ରାୟ ଦଶଟି ଅପରେସନ ହୋଇ ସାରିଲାଣି । ଡାକ୍ତର କହିଛନ୍ତି ଆହୁରି ତିନିରୁ ଚାରିଟି ଅପରେସନ ହେବ । ବାପା ସୁନିଲ ବେହେରା ରୋଜଗାର ପାଇଁ ବାହାର ରାଜ୍ୟରେ ସଂଘର୍ଷ କରୁଛନ୍ତି । ପରିବାରର ଚଳଣି ସହିତ ପୁଅର ଚିକିତ୍ସାକୁ ନେଇ ଆର୍ଥିକ ବୋଝ । ତଥାପି ଧାର କରଜ କରି ସହିତ ପୁଅ ଚିକିତ୍ସା ଜାରି ରଖିଛନ୍ତି ।ଝାଡ଼ଖଣ୍ଡ ରାଜ୍ୟର ବୋକାରୋ ସହରରେ ପଞ୍ଚମ ଶ୍ରେଣୀରେ ପଢ଼ୁଛି ସଞ୍ଚିତ । ବଡ ହେଲେ ଜଣେ ଆର୍ମି ଅଫିସର ହେବାର ସ୍ବପ୍ନ ଦେଖୁଥିବା କହିଛି ।

Leave A Reply

Your email address will not be published.

eleven + nine =