ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା

ରାପୃଷ୍ଠରେ ଅବତରଣ ପରେ ଧୁମଧାମରେ ହେଲା ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ମାତ୍ର ଜାଗାକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁ ଲାଗୁ ହୋଇଛି ୧୪୪ ଧାରା। ଫଳରେ ୪ ଦିନ ପରେ ବି ହୋଇ ପାରୁନି ବିସର୍ଜନ କି ପାଣିକୁ ଯାଇ ପାରୁ ନାହାନ୍ତି ମା’ ।ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ ଦେଖିବାକୁ ମିଳିଛି ।ମଣ୍ଡପ ଓ ଏହାର ପାଖ ଜାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କ ମଧ୍ୟରେ ଏ ବିବାଦୀୟ ପରିସ୍ଥିତି ଉପୁଜିଛି। ଏହି ଜମିକୁ ନେଇ ୧୪୪ ଧାରା ଜାରି ହୋଇଛି। ଏହାବାଦ ମା’ଙ୍କ ମଣ୍ଡପ ସମ୍ମୁଖରେ ଜମି ମାଲିକଙ୍କ ବାଲି ପଡି ଥିଵାରୁ ଦେବୀ ବାହାରି ପାରୁନଥିବା ପୂଜା କମିଟି ଅଭିଯୋଗ କରିଛି ।ଦେବୀଙ୍କ ବିସର୍ଜନ ଲାଗି ପ୍ରଶାସନ ହସ୍ତକ୍ଷେପ କରିବାକୁ ଉଭୟ ପକ୍ଷ ଦାବି କରିଛନ୍ତି। ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୈାଣସି ଅଭିଯୋଗ ହୋଇ ନ ଥିବା ବେଳେ ପୁଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲୋଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି।ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ କହିଛନ୍ତି, “ଆମେ କେବଳ ଚାହୁଁଛୁ ସେ ପୂଜା ମଣ୍ଡପ ଆଗରେ ବାଲି ଉଠାଇ ନିଅନ୍ତୁ, ଯାହା ମା’ ଦୁର୍ଗାଙ୍କ ବିସର୍ଜନ ପାଇଁ ପଥ ସୁଗମ କରିବ। ଆମେ ଏଫଆଇଆର ବିଷୟରେ ଚିନ୍ତିତ ନୁହେଁ।”

ସେପଟେ ଜମି ମାଲିକ ନାରାୟଣ ରାଉତ କହିଛନ୍ତି, “ମୁଁ କୌଣସି ପୋଲିସ ଅଭିଯୋଗ କରି ନାହିଁ, କିନ୍ତୁ କମିଟି ସଦସ୍ୟମାନେ ମୋ ବିରୋଧରେ ଅଭିଯୋଗ କରିଛନ୍ତି। ଯେହେତୁ ମାମଲା କୋର୍ଟରେ ଅଛି, ମୁଁ ସେ ସ୍ଥାନକୁ ଯିବି ନାହିଁ।”

Leave A Reply

Your email address will not be published.

ten + fourteen =