ଅଭିଯୋଗ ଶୁଣାଣି ପାଇଁ ୧୮ ତାରିଖରୁ ପଞ୍ଜିକରଣ

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ଆଗୁଆ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନଅଭିଯୋଗର ଶୁଣାଣି କରିବେ ।ପଞ୍ଜୀକୃତ ହୋଇଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇ ପାରିବେ। ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ୍‌ ଆପ୍ଲିକେଶନ ଜରିଆରେ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ କାଗଜପତ୍ର ଏବଂ ବ୍ୟକ୍ତିଗତ ପରିଚୟପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ।

Leave A Reply

Your email address will not be published.

5 × 1 =