କଟକରେ ଭୁଶୁଡିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ ।

ଭୁବନେଶ୍ୱର(ରାଜ୍ୟକାହାଣୀ)କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ ଗେଟ୍‌ ତୋରଣ ଶୁକ୍ରବାର ଅପରାହ୍ନରେ ହଠାତ୍‌ ଭୁଶୁଡି ପଡିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ପୂଜା ମଣ୍ଡପ ତୋରଣ।ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଜେସିବି ସାହାଯ୍ୟରେ ସୁଉଚ୍ଚ ତୋରଣଟି ଉଠାଇବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ତୋରଣଟି କିପରି ଭୁଶୁଡ଼ିଲା ତାର କାରଣ ଜଣାପଡ଼ିନାହିଁ। ତୋରଣରେ ନିର୍ମାଣ ବେଳେ କିଛି ତ୍ରୁଟି ଥିଲା କି ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.

nine + five =