ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ।

ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ। ବ୍ୟାଘ୍ର ଅଭୟାରଣ୍ଯକୁ ୧୨ ରୁ ୧୬ ମହାବଳ ବାଘ ଅଣାଯିବ । ପାଞ୍ଚ ବର୍ଷରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଏଥିପାଇଁ ବନ ବିଭାଗ ଭିତ୍ତିଭୂମି ସୁଦୃଢ଼ କରିଛି । ତେବେ ଦୁଇମାସ ପରେ ପୁଣି ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିଛି ମହାବଳ ବାଘ। ଏହି ବାଘଟି ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବରବରା ଜଙ୍ଗଲରେ ଗତ କିଛିଦିନ ହେଲା ଚଳପ୍ରଚଳ ଜାରି ରଖିଥିଲା। କିଛି ଦିନ ହେଲା ବାଘଟି ଉତ୍ତର ଘୁମୁସର ବନଖଣ୍ଡର ଗାଙ୍ଗପୁର ବନାଞ୍ଚଳ ମାଳତି ପାହାଡ଼ ଇଲାକାରେ ବୁଲୁଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ଟିମ ତାର ଗତିବିଧି ଉପରେ ନଜର ରଖିଛନ୍ତି । ଏପଟେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଭ୍ୟାନ। ବାଲୁଖଣ୍ଡ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ମିଳିଲା ପାଟ୍ରୋଲିଂ ଭ୍ୟାନ। ରେଞ୍ଜ ଅଫିସଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ଏହି ଅତ୍ୟାଧୁନିକ ଗାଡ଼ି ଯୋଗାଇ ଦିଆଯାଇଛି। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ। ଜିପିଏସ ନାଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ବ୍ୟବସ୍ଥା ମଧ୍ୟ ରହିଛି।

Leave A Reply

Your email address will not be published.

five − four =