ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କ ଦୁଷ୍କର୍ମ ଘଟଣାରେ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର(ରାଜ୍ୟକାହାଣୀ)ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କ ଦୁଷ୍କର୍ମ ଘଟଣାରେ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କଲେ ମୋହନ ମାଝୀ । ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ଅଛନ୍ତି ଓଡ଼ିଶାର ବରିଷ୍ଠ ପୁଲିସ ଅଧିକାରୀ।ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଓ ସୁସ୍ଥତା, ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର ଅଗ୍ରଗତି ଆଦି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାଝୀ ପୁଙ୍ଖାନୁପଙ୍ଖ ସମୀକ୍ଷା କରିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା(ଆଇଜି, ସିଏଡବ୍ଲ୍ୟୁ ଓ ସିଡବ୍ଲୁ) ଏସ୍‌ ସାଇନି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରିଥିଲେ।ରାଜ୍ୟ ସରକାରଙ୍କ ସହଯୋଗରେ ପୀଡିତାଙ୍କ ପରିବାର ସଦସ୍ୟ ସେଠାରେ ଉପସ୍ଥିତ ରହିଛନ୍ତି। ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଓଡିଶା ପୋଲିସର ବରିଷ୍ଠ ପୋଲିସ ଅଧିକାରୀଗଣ ଦିଲ୍ଲୀ ପୋଲିସ ସହ ଯୋଗାଯୋଗରେ ରହିଛନ୍ତି।

Leave A Reply

Your email address will not be published.

9 + 19 =