ଆଶ୍ଚର୍ଯ୍ୟ,ମାତ୍ର ୪୬ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ ।

ବେଙ୍ଗାଲୁରୁରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆଜି ପ୍ରଥମ ଟେଷ୍ଟର ୨ୟ ଦିନ ଥିବା ବେଳେ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌ ହୋଇଛି । ୫ଜଣ ଖେଳାଳି ଶୂନରେ ଆଉଟ ହୋଇଛନ୍ତି । ବିରାଟ କୋହଲି, ସର୍ଫରାଜ ଖାନ, ଲୋକେଶ ରାହୁଲ, ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କ ବ୍ୟାଟରୁ ରନ ଆସିନଥିଲା । ବର୍ଷା ଯୋଗୁଁ ପ୍ରଥମ ଦିନ ଖେଳ ହୋଇନଥିବା ବେଳେ ଦ୍ବିତୀୟ ଦିନରେ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କ ଆଗରେ ପିଚରେ ତିଷ୍ଠି ପାରିନଥିଲେ ଭାରତୀୟ ବ୍ୟାଟର । ମ୍ୟାଟ ହେନେରି ୫ଟି ୱିକେଟ ଓ ଓରୁରକେଙ୍କୁ ମିଳିଥିଲା ୪ ଟି ୱିକେଟ । ୱିକେଟକିପର ରିଷଭ ପନ୍ଥଙ୍କ ବ୍ୟାଟରୁ ଆସିଥିଲା ସର୍ବାଧିକ ୨୦ ରନ । କୁଲଦୀପ ୨, ବୁମରା ୧ ରନ୍‌ରେ ଆଉଟ୍‌ ହୋଇଛନ୍ତି। ଟେଷ୍ଟ କ୍ରିକେଟ୍‌ ଇତିହାସରେ ଭାରତର ଏହା ୩ୟ ସର୍ବନିମ୍ନ ସ୍କୋର୍‌।

Leave A Reply

Your email address will not be published.

five − 3 =