ପୂରା ପୁରୀ ସହରକୁ ଜଗିବ ସିସିଟିଭି। ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। 

ଭୁବନେଶ୍ୱର(ରାଜ୍ୟକାହାଣୀ)  ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।ସହରର ବିଭିନ୍ନ ପ୍ରବେଶ ପଥ ଯଥା ସମଙ୍ଗ, ମାଳତୀପାଟପୁର, ମଙ୍ଗଳାଘାଟ ଆଦି ସ୍ଥାନରେ ୬୨୦ ସିସିଟିଭି କ୍ୟାମେରା ଲାଗିବ। ଅପ୍‌ଟିକାଲ ଫାଇବର ସହ ସିସିଟିଭି କ୍ୟାମେରାର ସଂଯୋଗ କରାଯିବ। ଏହାର କମାଣ୍ଡ କଣ୍ଟ୍ରୋଲ ସେଟ୍‌ଅପ୍‌ ରହିବ। ଯାହା ଦ୍ୱାରା ସବୁ ବିଭାଗ ନିଜ କାର୍ଯ୍ୟ କରିପାରିବେ। ଯାହାଦ୍ୱାରା ସହର ଅପରାଧମୁକ୍ତ, ସୁରକ୍ଷିତ ଓ ଟ୍ରାଫିକ୍‌ ସୁପରିଚାଳନା ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି।

Leave A Reply

Your email address will not be published.

20 + 15 =