୭୮ ବର୍ଷ ବୟସରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ରାଜ୍ୟକାହାଣୀ)ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଥାପିଛନ୍ତି ।ଆଜି ନବୀନଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବ । ୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମ ନେଇଥିଲେ ନବୀନ । ଜୀବନର ୫୦ ବର୍ଷରୁ ଊଦ୍ଧ୍ୱର୍ କାଳ ରାଜନୀତିରୁ ଦୂରେଇ ରହିଥିବା ନବୀନ ଆକସ୍ମିକ ଭାବେ ପିତା ବିଜୁ ବାବୁଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । ବିଜୁଙ୍କ ପରଲୋକ ପରେ ୧୯୯୭ରେ ନବୀନ ଗଢ଼ିଥିଲେ ବିଜେଡି । ସାଂସଦ, କେନ୍ଦ୍ରମନ୍ତ୍ରୀ ରହିବା ପରେ ଲଗାତାର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ । ୨୪ ବର୍ଷ କାଳ ଶାସନ କ୍ଷମତାରେ ରହିବା ପରେ ଏବେ ସେ ବିରୋଧୀ ଦଳ ନେତା । 

Leave A Reply

Your email address will not be published.

eight + 20 =