ମସ୍‌ଜିଦରେ ‘ଜୟ ଶ୍ରୀରାମ’ ନାରା ଅପରାଧ ନୁହେଁ

ମସଜିଦରେ ‘ଜୟ ଶ୍ରୀରାମ’ ନାରା ଦେବା କୌଣସି ଅପରାଧ ନୁହେଁ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏଥିସହ “ଜୟ ଶ୍ରୀରାମ” ନାରା ଦେବାକୁ ନେଇ ଦୁଇ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଅପରାଧିକ ମାମଲାକୁ ଖଣ୍ଡନ କରିଛନ୍ତି।ସୂଚନା ଅନୁଯାୟୀ, ଏହି ମାମଲାରେ କୋର୍ଟ ଗତମାସରେ ରାୟ ପ୍ରକାଶ କରିଥିଲେ । ହେଲେ ମଙ୍ଗଳବାର ଦିନ ଏହାକୁ ହାଇକୋର୍ଟ ଓ୍ବେବସାଇଟରେ ଅପଲୋଡ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଦକ୍ଷିଣ କନ୍ନଡ ଜିଲ୍ଲାର ଦୁଇ ବ୍ୟକ୍ତି ଏକ ମସଜିଦରେ ପ୍ରବେଶ କରି ସେଠାରେ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଏନେଇ ଅଭିଯୋଗ ପରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଥିଲା । ଭାରତୀୟ ଦଣ୍ଡ ସଂହିତା ଧାରା ୨୯୫, ୪୪୭, ଏବଂ ଧାରା ୫୦୬ରେ ମାମଲା ରୁଜୁ  ହୋଇଥିଲା । ତେବେ ଏହି ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଛନ୍ତି । କିନ୍ତୁ ଅଭିଯୁକ୍ତ ଦର୍ଶାଯାଇଥିବା ଦୁଇ ଜଣ ବ୍ୟକ୍ତି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ଏମ ନାଗପ୍ରସନ୍ନଙ୍କୁ ନେଇ ଗଠିତ ଏକକ ବେଞ୍ଚ ଏ ଉପରେ ଶୁଣାଣି କରି ଏହି ମସଜିଦରେ ଜୟ ଶ୍ରୀରାମ ନାରା ଦେବା ଏକ ଅପରାଧ ନୁହେଁ ବୋଲି ଦର୍ଶାଇଛନ୍ତି।

ଯଦି ମସଜିଦ ବାହାରେ କିମ୍ବା ଭିତରେ କେହି ଜୟ ଶ୍ରୀରାମ କୁହନ୍ତି, ତେବେ ଏହା କିପରି କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି, ତାହା ବୁଝାପଡୁନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି।

Leave A Reply

Your email address will not be published.

four × 4 =