ରାଜଧାନୀରେ ପୁଣି ସିମ୍ କଲ୍ ସେଣ୍ଟର ଠାବ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଡ଼ା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରୁ ଠାବ ହୋଇଛି ନକଲି କଲ୍ ସେଣ୍ଟର । ସାଇବର ଠକେଇ ପାଇଁ ଆପାର୍ଟମେଣ୍ଟରେ ଚାଲୁଥିଲା ପ୍ଲାନ । ଆପାର୍ଟମେଣ୍ଟରୁ ସିମ୍ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି । ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ଖବର ଅନୁଯାୟୀ, ସୁନ୍ଦରପଦା କାଞ୍ଚନ ଆପାର୍ଟମେଣ୍ଟର A-205 ବ୍ଲକରେ ଦୀର୍ଘ ଦିନ ଚାଲିଥିଲା କଲ୍‌ ସେଣ୍ଟର ।  କୌଣସି ସୁତ୍ରରୁ ଖବର ପାଇଁ କାଞ୍ଚନ ଆପାର୍ଟମେଣ୍ଟରେ ସାଇବର ଏବଂ ଏୟାରଫିଲ୍ଡ ଥାନା ପୋଲିସ ଚଢାଉ କରିଥିଲା ।  ଏହି ଚଢାଉରେ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି । ଡିସିପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି । ଠକ ରହୁଥିବା ଆପର୍ଟମେଣ୍ଟରେ ପୋଲିସ ଛାଉଣୀ କରାଯାଇଛି ।

Leave A Reply

Your email address will not be published.

ten − 6 =